Latest Odisha News

BREAKING NEWS

ଭୁବନେଶ୍ୱର ବିମାନ ବନ୍ଦର ବିଲ୍ଡିଂ କାମ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ବିଲ୍ଡିଂ କାମ ପୁନଃ ଆରମ୍ଭ ହୋଇଛି ।

ସୁତ୍ରରୁ ପ୍ରକାଶ ଯେ ଗତ ଜାନୁଆରୀ ୨୪ରେ ବିଲ୍ଡିଂ ଭୁଶୁଡିବା ପରେ କାମ ବନ୍ଦ ରହିଥିଲା । ବିମାନବନ୍ଦରର ଟର୍ମିନାଲ୍‌-୧ ସହ ଟର୍ମିନାଲ୍ ୨କୁ ସଂଯୋଗ କରୁଥିବା ଉକ୍ତ ନିମାଣଧିୀନ କୋଠାର ପ୍ରାୟ ୧୦ ହଜାର ବର୍ଗଫୁଟର ଛାତ ଭୁଷୁଡି ପଡିଥିଲା । ଯାହା ଫଳରେ ସେଠାରେ କାର୍ଯ୍ୟରତ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଆହତ ହୋଇଥିଲେ ।

ମୃତକ ଜଣକ କଟକ ଜିଲ୍ଲାର ଅନ୍ତର୍ଯ୍ୟାମୀ ଗୁରୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତଙ୍କ ନାମ କିଶୋର ସ୍ୱାଇଁ ।

ପରବର୍ତ୍ତୀ ସମୟରେ ଏହି ଘଟଣାରେ କମିଶନରେଟ୍ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା । ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ ରହିଥିଲେ ଠିକା କମ୍ପାନୀର ଏମଡି ଦିଲ୍ଲୀପ ଖଟେଇ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଜେନେରାଲ୍ ମ୍ୟାନେଜର୍ ଆଶିଷ ସରକାର ଏବଂ ଦୁଇ ସିଭିଲ୍ ଇଞ୍ଜିନିୟର୍ ଅଭିଳାଷ ସରକାର ଓ ଗୌତମ ରାୟ ।

Leave A Reply

Your email address will not be published.