Latest Odisha News

ଜୀବନ ମୃତ୍ୟୁର ଅନ୍ତିମ ନିଷ୍ପତ୍ତି ଭଗବାନଙ୍କର

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ଜଙ୍ଗଲରେ ଏକ ଗର୍ଭବତୀ ହରିଣ ଏକ ଶିଶୁକୁ ଜନ୍ମ ଦେବାକୁ ଯାଉଥିଲା । ସେ ଏକ ନିକାଞ୍ଚନ ସ୍ଥାନ ଖୋଜି ବୁଲୁଥିଲା । ସେ ନଦୀ କୂଳରେ ଉଚ୍ଚ ଘନ ଘାସ ଥିବା ସ୍ଥାନଟିଏ ଦେଖିଲା । ଶିଶୁକୁ ଜନ୍ମ ଦେବା ପାଇଁ ଉପଯୁକ୍ତ ସ୍ଥାନ ମଣିଲା । ସେଠାରେ ପହଞ୍ଚିବା ମାତ୍ରକେ ପ୍ରସବ ଯନ୍ତ୍ରଣା ଆରମ୍ଭ ହେଲା । ସେତେବେଳକୁ ଆକାଶରେ କୁଆଡେ ଥିଲା ମେଘ, ପ୍ରବଳ ବର୍ଷା ଆରମ୍ଭ କଲା । ତା ସହିତ ଘଡ଼ଘଡ଼ି ବିଜୁଳି ବଜ୍ରପାତ ଏବଂ ପବନ ଆରମ୍ଭ ହେଲା । ସେ ଡାହାଣକୁ ଦେଖିଲା, ଜଣେ ଶିକାରୀ ତାକୁ ଲକ୍ଷ୍ୟ କରି ତୀର ଯୋଚୁଛି । ଭୟଭୀତ ନ ହୋଇ, ଧୈର୍ଯ୍ୟହରା ନ ହୋଇ ବାମ ଆଡକୁ ଗଲା । ସେଠାରେ ଏକ ଭୋକିଲା ସିଂହ ତାକୁ ଖାଦ୍ୟ ଭାବରେ ଛଡ଼େଇ ନେବାକୁ ପ୍ରସ୍ତୁତ । ପଛରେ ଶୁଖିଲା ଘାସ ଜଳିବାକୁ ଲାଗିଲା । ଆଗରେ ନିଆଁକୁ ଆୟତ୍ତ କରି ପଛକୁ ଫେରି ଆସିଥିଲା । ଆଗରେ ନଦୀରେ ବହୁତ ଜଳ ଥିଲା । ମାତା ହରିଣ କ’ଣ କରିପାରେ ? ସେ ପ୍ରସବ ଯନ୍ତ୍ରଣା ଭୋଗୁଥିଲା ? ବର୍ତ୍ତମାନ କ’ଣ ହେବ? ହରିଣ ବଞ୍ଚିବ କି ? ସେ ତା’ର ଛୁଆକୁ ଜନ୍ମ ଦେବାରେ ସକ୍ଷମ ହେବ କି ? ଛୁଆଟି ବଞ୍ଚିବ କି ? ନା ଜଙ୍ଗଲୀ ନିଆଁ ସବୁକିଛି ଜାଳିପୋଡି ଦେବ ? ହରିଣୀ କ’ଣ ଶିକାରୀର ତୀରରୁ ଆଉ ବଞ୍ଚିବ ? ଏକ ପ୍ରସବ ବେଦନା ହରିଣୀ ଭୋକିଲା ସିଂହର ଖାଦ୍ୟ ହେବ ? ସେ ଦେଖିଲା ଗୋଟିଏ ପାର୍ଶ୍ୱରେ ନିଆଁ ଅନ୍ୟ ପାଖରେ ଗଭୀର ନଦୀ ପଛରେ ଘେରି ରହିଛି । ସେ କଣ କରିବ ? ହରିଣଟି ଶୂନ୍ୟକୁ ସବୁ କିଛି ଛାଡି ନିଜ ଶିଶୁକୁ ଜନ୍ମ ପ୍ରାରମ୍ଭ କଲା । ପ୍ରକୃତିର ଚମତ୍କାରିତାକୁ ଦେଖିବା କଥା…. ବିଜୁଳି ଚମକିଲା । ଶିକାରୀ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ସେ ତାର ତୀର ହରିଣୀକୁ ଛାଡିଲା । କିନ୍ତୁ ତୀର ହରିଣୀ ଦେଇ ଗଲା ମାତ୍ର ସିଂହର ଆଖିରେ ବାଜିଲା । ସିଂହ ଗର୍ଜନ କରି ଦୌଡ଼ିବାକୁ ଲାଗିଲା । ସିଂହ ଆହତ ହୋଇଥିବା ଜାଣି ଶିକାରୀ ଦୌଡି ପଳାଇଲା । ପ୍ରବଳ ବର୍ଷା ଆରମ୍ଭ ହୋଇଯିବା ହେତୁ ଜଙ୍ଗଲର ନିଆଁ ଲିଭିଲା । ହରିଣ ଏକ ସୁନ୍ଦର କୋମଳ ଶିଶୁକୁ ଜନ୍ମ ଦେଲା । ବେଳେବେଳେ ଆମ ଜୀବନରେ ମଧ୍ୟ ଏମିତି କିଛି ମୁହୂର୍ତ୍ତ ଆସିଥାଏ, ଯାହା ଆମକୁ ସମସ୍ୟାରେ ଘେରି ରହିଥାଏ । ଆମେ କ’ଣ କଲେ ଭଲ ହେବ ନିଷ୍ପତ୍ତି ନେଇପାରୁ ନାହୁଁ । ସବୁକିଛି ଭାଗ୍ୟର ନିୟନ୍ତ୍ରକଙ୍କ ପାଖରେ ନିଜକୁ ସମର୍ପିତ କରିଦେଉ । ପରିଶେଷରେ, ଖ୍ୟାତି, ବିଫଳତା, ପରାଜୟ, ବିଜୟ, ଜୀବନ, ମୃତ୍ୟୁର ଅନ୍ତିମ ନିଷ୍ପତ୍ତି ଭଗବାନଙ୍କ ଦ୍ୱାରା ନିଆଯାଏ । ଆମେ ତାଙ୍କ ଉପରେ ବିଶ୍ୱାସ କରିବା ଏବଂ ତାଙ୍କର ନିଷ୍ପତ୍ତିକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ଚନ୍ଦ୍ରଗିରି, ଗଜପତି ୯୬୯୨୭୪୦୩୬୬

Comments are closed.