ନୂଆଦିଲ୍ଲୀ : ଭାରତରେ ଅନେକ ମଠ ମନ୍ଦିର ରହିଛି । ପ୍ରତିଦିନ ଶହ ଶହ ଲୋକ ଏଠାକୁ ବୁଲିବାକୁ ଯାଆନ୍ତି । କିନ୍ତୁ ଏସବୁ ମନ୍ଦିର ପଛରେ ଥିବା ରହସ୍ୟ ସମ୍ପର୍କରେ ଅନେକ ଅଜଣା । ଏପରି ଏକ ମନ୍ଦିର ରହିଛି ମେରଠରେ । ଯାହାର ନାମ ରହିଛି ନବଚଣ୍ଡି ମାତାଙ୍କ ମନ୍ଦିର । ହଜାର ହଜାର ବର୍ଷ ପୁରୁଣା ଏହି ମନ୍ଦିର । ଦିଲ୍ଲୀରୁ ଏହି ମନ୍ଦିରର ଦୂରତା ୬୫ କିଲୋମିଟର । ଏଠାରୁ ସିଟି ବସ ସାହାଯ୍ୟରେ ନୌଚନ୍ଦି ଗ୍ରାଉଣ୍ଡ ପହଞ୍ଚି ପାରିବେ। ସବୁଠାରୁ ବଡ କଥା ହେଉଛି ଏକାଠୁ କେବଳ ହିନ୍ଦୁ ଲୋକ ନୁହଁନ୍ତି , ମୁସଲିମ ଧର୍ମାବଲମ୍ବୀ ଲୋକ ମଧ୍ୟ ମାଆଙ୍କୁ ଦର୍ଶନ କରିବାକୁ ଆସନ୍ତି ।
ବ୍ରିଟିସ୍ ଅମଳରୁ ଏଠାରେ ଏକ ଖଣ୍ଡା ଅଛି। ଦଶହରାରେ ବିଧି ବିଧାନ ଅନୁସାରେ ଏହି ଖଣ୍ଡାକୁ ପୂଜା କରାଯାଇଥାଏ। ପ୍ରତିବର୍ଷ ଏଠାରେ ନୌଚନ୍ଦି ମେଳା ଲାଗେ। ଏହି ମେଳା ବହୁତ ପ୍ରସିଦ୍ଧ। କହିବାକୁ ଗଲେ ଏହି ମେଳା ହେଉଛି ମେରଠର ପରିଚୟ। ବିଶ୍ବାସ ରହିଛି ଏଠାକୁ ଆସି ମାଙ୍କ ନିକଟରେ ୪୦ ଦିନ ଦୀପ ଜାଳିଲେ , ସବୁ ମନସ୍କାମନା ପୂର୍ଣ୍ଣ ହୁଏ । ପୁରାଣ କିମ୍ବଦନ୍ତୀ ଅନୁସାରେ ନଵଚଣ୍ଡୀ ମା’ଙ୍କ ମନ୍ଦିର ଲଙ୍କାପତି ରାବଣଙ୍କ ପତ୍ନୀ ମନ୍ଦୋଦରୀ ସ୍ଥାପନା କରିଥିଲେ।
Comments are closed.