Latest Odisha News

BREAKING NEWS

କୁଲଗାମ୍ ଏନକାଉଣ୍ଟରରେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ନିହତ

କୁଲଗାମ: ଜମ୍ମୁକାଶ୍ମୀରର କୁଲଗାମରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନଙ୍କ ଏକ ଦଳକୁ ଘେରାଉ କରି ରହିଛନ୍ତି । ଦୁଇପଟରୁ ଗୁଳି ବିନିମୟ ଚାଲିଥିବାରୁ ଜଣେ ସୁରକ୍ଷାକର୍ମୀ ଏବଂ ଦୁଇଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।  ଆହତଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କାଶ୍ମୀର ଜୋନ୍ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୁରକ୍ଷାକର୍ମୀମାନେ ଆଖପାଖରେ ଥିବା ଲୋକଙ୍କୁ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କହିଛନ୍ତି । ଆତଙ୍କବାଦୀ ଲୁଚିଥିବା ନେଇ ପୋଲିସକୁ ସୂଚନା ମିଳିବା ପରେ ଏହି ଅଞ୍ଚଳରେ ସର୍ଚ ଅପରେସନ ଚାଲିଥିଲା । ପରେ ଆତଙ୍କବାଦୀମାନେ ଗୁଳି ବର୍ଷଣ କରିଥିଲେ । ଏହାପରେ ସେହି ଅଂଚଳକୁ ସୁରକ୍ଷାବାହିନୀ ଘେରାଉ କରି ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କୁହିଥିଲେ ମଧ୍ୟ ସେମାନେ ଗୁଳିଚାଳନା କରିଥିଲେ ।

ସେପଟେ ଗତକାଲି ରାତିରେ କୁପଓ୍ବାଡା ସୀମାରେ ଦୁଇଜଣ ଆତଙ୍କବାଦୀ ଭାରତ ଭିତରକୁ ପ୍ରବେଶ କରୁଥିବାବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ । ସେମାନଙ୍କ ନିକଟରୁ ଏକେ 47 ସହ ଅନେକ ଗୁଳିଗୋଳା ଜବତ କରାଯାଇଛି । ପାକିସ୍ତାନୀ ଟଙ୍କା ସହ ଅନେକ ମାରଣାସ୍ତ୍ର ସେମାନଙ୍କଠାରୁ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

Leave A Reply

Your email address will not be published.