ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୧୦ଟି ୟୁଟ୍ୟୁବ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବ୍ଲକ୍ କରିଛି । ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥତା ମାର୍ଗଦର୍ଶିକା ଏବଂ ଡିଜିଟାଲ ଗଣମାଧ୍ୟମ ଆଚରଣ ସଂହିତା) ନିୟମାବଳୀ ୨୦୨୧ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ଲକ୍ ହୋଇଥିବା ଭିଡିଓଗୁଡ଼ିକୁ ପ୍ରାୟ ୧ କୋଟି ୩୦ ଲକ୍ଷରୁ ଅଧିକ ଦର୍ଶକ ଦେଖିଥିଲେ ।
ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ବେଷ ସୃଷ୍ଟି କରିବାର ମନ୍ଦ ଉଦ୍ଦେଶ୍ୟ ନେଇ ଏସବୁ ଭିଡିଓରେ ମିଥ୍ୟା ଖବର ଏବଂ ଜାଣିଶୁଣି ବଦଳା ଯାଇଥିବା ଭିଡିଓ ପ୍ରସାରିତ କରାଯାଉଥିଲା।
सूचना प्रसारण मंत्रालय ने 10 यूट्यूब चैनलों को देश के खिलाफ जहर उगलने वाले, भ्रामक खबरों के माध्यम से मित्र देशों के साथ सम्बंधों को ख़राब करने का प्रयास करने के लिए प्रतिबंध लगा कर उन्हें सस्पेंड कर दिया है।
राष्ट्रहित में ये पहले भी किया है, आगे भी करेंगे।
| @MIB_India | pic.twitter.com/uIIpXvEUOw
— Anurag Thakur (@ianuragthakur) September 26, 2022
ସେହିପରି ଅଗ୍ନିପଥ ଯୋଜନା, ଭାରତୀୟ ସେନାବାହିନୀ, ଭାରତୀୟ ଜାତୀୟ ସୁରକ୍ଷା ବ୍ୟବସ୍ଥା, କାଶ୍ମୀର ଆଦି ପ୍ରସଙ୍ଗରେ ଦୁଷ୍ପ୍ରଚାର କରୁଥିବା କେତେକ ଭିଡ଼ିଓକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ଲକ୍ କରାଯାଇଛି । ଏସବୁ ଭିଡିଓରେ ପ୍ରସାରିତ ବିଷୟବସ୍ତୁ ସମ୍ପୂର୍ଣ୍ଣ ମିଥ୍ୟା ହୋଇଥିବା ବେଳେ ଏହା ଭାରତର ଜାତୀୟ ସୁରକ୍ଷା ଏବଂ ବିଦେଶୀ ରାଷ୍ଟ୍ର ସହିତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କକୁ କ୍ଷତିଗ୍ରସ୍ତ କରିବାର ଆଶଙ୍କା ରହିଥିବା ହୃଦବୋଧ ହୋଇଥିଲା।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ସବୁ ୟୁଟ୍ୟୁବ ଚାନେଲର ବିଷୟବସ୍ତୁକୁ ବନ୍ଦ କରାଯାଇଛି ସେସବୁ ଦେଶର ସାର୍ବଭୌମତ୍ବ ଏବଂ ଅଖଣ୍ଡତା, ଦେଶର ସୁରକ୍ଷା, ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ପ୍ରତି କ୍ଷତିକାରକ ଥିଲା ।