ଜୟପୁର: ରାଜସ୍ଥାନର ଚିତ୍ତୋରଗଡ ଜିଲ୍ଲାରେ ଅବସ୍ଥିତ ଶ୍ରୀ ସାନୱାଲିଆ ସେଠ୍ ମନ୍ଦିରରେ ୬ ଦିନ ଧରି ଗଣନା ଚାଲିଥିଲା। ଏଥର ମନ୍ଦିରର ଦାନ ବାକ୍ସରୁ ୨୩ କୋଟି ଟଙ୍କା ସହିତ ଅଢେଇ କିଲୋ ସୁନା, ୧ କେଜି ଓଜନର ସୁନା ବିସ୍କୁଟ ଏବଂ ୧୨୭ କିଲୋରୁ ଅଧିକ ରୂପା ମିଳିଛି।
ସାନୱାଲିଆ ସେଠ୍ ମେୱାରର ଏକ ପ୍ରସିଦ୍ଧ କୃଷ୍ଣ ଧାମ। ଏହି ମନ୍ଦିରର ଦାନ ହୁଣ୍ଡି କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀରେ ଖୋଲାଯାଇଥାଏ। ଏଥର ଗତ ନଭେମ୍ବର ୩୦ରେ ରାଜଭୋଗ ଆରତୀ ପରେ ମନ୍ଦିର ପ୍ରଶାସନ ଓ ବୋର୍ଡ ପକ୍ଷରୁ ଦାନ ହୁଣ୍ଡି ଖୋଲାଯାଇଥିଲା। ପ୍ରଥମ ଦିନରେ ୧୧ କୋଟି ୩୪ ଲକ୍ଷ ୭୫ ହଜାର ରେକର୍ଡ ସଂଖ୍ଯକ ନୋଟ୍ ଗଣନା କରାଯାଇଥିଲା।
ତେବେ ମନ୍ଦିରକୁ ଦାନରେ ମିଳିଥିବା ଜିନିଷ ସମସ୍ତଙ୍କୁ ଚକିତ କରିଛି। ଗୋଟିଏ ରୁପାର ପିସ୍ତଲ, ବଂଶୀ ଓ ହ୍ୟାଣ୍ଡକଫ ମଧ୍ୟ ମିଳିଛି। ଗଣତି ବାକି ରହିଥିବାରୁ ଟଙ୍କାର ପରିମାଣର ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।
Comments are closed.