Latest Odisha News

BREAKING NEWS

ରାଜଧାନୀର ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ପୁଣି ରାଜଧାନୀରେ ହତ୍ୟାକାଣ୍ଡ । ବିଚ୍‌ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା । ଭୁବନେଶ୍ୱର ଏକ ନମ୍ବର ହାଟରେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ସୁଶାନ୍ତ ନାମକ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଭୁବନେଶ୍ୱର ଏକ ନମ୍ବର ହାଟ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍ ସମ୍ମୁଖରେ ସୁଶାନ୍ତ ବାଇକ୍‌ରେ ଆସୁଥିବା ସମୟରେ କିଛି ଦୁର୍ବୃତ୍ତ ପଛପଟୁ ଆସି ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ସୁଶାନ୍ତଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏନେଇ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ  ପୋଲିସର ଅଧିକ ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ ବାହାରକୁ ଆସିବ ବୋଲି କୁହାଯାଉଛି ।

Leave A Reply

Your email address will not be published.