Latest Odisha News

BREAKING NEWS

କାଲିଠାରୁ ରାଜ୍ୟରେ ୧ଲକ୍ଷ ୭୩ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଚାଲିଛି କୋଭିଡ ଟିକାକରଣ। ଗତକାଲି ସୁଦ୍ଧା ୧ଲକ୍ଷ ୭୭ହଜାର ୯୦ଜଣ ଟାକା ନେଇଛନ୍ତି। ୩ଲକ୍ଷ ୫୦ହଜାର ୭୨୬ ଜଣଙ୍କୁ ଟିକା ଦେବାକୁ ଟାର୍ଗେଟ ଥିଲା। ବାକି ୧ଲକ୍ଷ ୭୩ହଜାର ୬୩୬ଜଣକୁ ଆସନ୍ତାକାଲିଠାରୁ ଟିକାକରଣ କରାଯିବ। ଫେବ୍ରୁଆରୀ ୧୦ ତାରିିିଖ ଯାଏ ଚାଲିବ। ଏହିି ସୂୂୂୂୂଚନା ଦେଇଛନ୍ତିି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିିିିଜୟ ପାଣିଗ୍ରାହୀ।

ଜିଲ୍ଲାରୁ ମାଇକ୍ରୋ ପ୍ଲାନ ଆସିବ। ଅର୍ଥାତ କେବେ କେଉଁଠାରେ, କେଉଁ ଦିନ ଓ କେତେ ଜଣଙ୍କୁ ଟିକାକରଣ କରାଯିବ । ଆସନ୍ତାକାଲି କେବଳ ଭୁବନେଶ୍ୱର ଓ ୨୮ରୁ ଅନ୍ୟ ଜିଲ୍ଲାରେ ହେବ। ଯେଉଁମାନେ ପଞ୍ଜିକୃତ ହୋଇ ଟିକା ନେଇ ନାହାନ୍ତି, ସେମାନଙ୍କୁ ପର୍ଯ୍ୟାୟକ୍ରମେ ପୁଣି ଡକାଯିବ।

ଏଯାଏ ଟିକାକରଣରେ କିଛି ପାର୍ଶ୍ଵ ପ୍ରତିକ୍ରିୟା ଆସିନାହିଁ । ରାଜସ୍ୱ, ଗୃହ ଓ ନଗର ଉନ୍ନୟନ ବିଭାଗଙ୍କ ଆଗଧାଡିର ଯୋଦ୍ଧାଙ୍କ ପଞ୍ଜିକରଣ ତାରିଖକୁ ଆସନ୍ତା ଜାନୁୟାରୀ ୩୧ ଯାଏ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.