Latest Odisha News

BREAKING NEWS

ବ୍ୟାଙ୍କ ସମ୍ମୁଖରୁ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଲେ ଦୁର୍ବୃତ୍ତ;ଛତିଶଗଡ଼ ରାସ୍ତାରେ ମାରିଲେ ଚମ୍ପଟ

ବାଲିଶଙ୍କରା:ଆଜି ବାଲିଶଙ୍କରା ସେଣ୍ଟ୍ରାଲ୍‌ ବ୍ୟାଙ୍କ ଶାଖା ସମ୍ମୁଖ ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ବ୍ୟକ୍ତିଙ୍କ ଠାରୁ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଲୁଟି ଚମ୍ପଟ ମାରିଛନ୍ତି । ଗଲାବେଳେ ବ୍ଯାଗରୁ ଉକ୍ତ ବ୍ୟକ୍ତିଙ୍କ ଆଧାରକାର୍ଡ, ପାସବୁକ୍ ରାସ୍ତାରେ ଫିଙ୍ଗି ଦେଇଥିଲେ। ସୂଚନା ପାଇ ତଳସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବରମୁତାବକ, ଆଜି ଅପରାହ୍ନ ୩ଟାରେ ତଳସରା ଥାନା ବାଲିଶଙ୍କରାରେ ଜନଗହଳିପୂର୍ଣ୍ଣ ରାସ୍ତାରେ ଥିବା ସେଣ୍ଟାଲ ବ୍ଯାଙ୍କରୁ ପତେଇମୁଣ୍ଡାର ଲଳିତ ମହାକୁଡ଼ ଲକ୍ଷେ ଟଙ୍କା ଉଠାଇଥିଲେ। ଟଙ୍କା ବ୍ଯାଗରେ ରଖି ରାସ୍ତାକୁ ଆସିବା କ୍ଷଣି ଏକ ବାଇକରେ ଦୁଇ ମୁଖାପିନ୍ଧା ଦୁର୍ବୃତ୍ତ ଆସି ସେଠାରେ ପହଞ୍ଚିଥିଲେ। ଲଳିତଙ୍କ ହାତରେ ଥିବା ଟଙ୍କାଭର୍ତ୍ତି ବ୍ଯାଗ‌ ଝାମ୍ପି ନେଇ ଆଖି ଛତିଶଗଡ଼ ରାସ୍ତାରେ ଚମ୍ପଟ ମାରିଥିଲେ।

୪ଦିନ ତଳେ ଏହି ଥାନାର ସବଡେଗା ଏସବିଆଇ ଓ ସମବାୟ ବ୍ଯାଙ୍କରୁ ୫୦ ହଜାର ଟଙ୍କା ଉଠାଇ ଯମୁନା ଗାଁର ଦମ୍ପତି ଘରକୁ ଯାଉଥିବାବେଳେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ଏହିପରି ଟଙ୍କା ଝାମ୍ପି ଫେରାର ହୋଇ ଯାଇଥିଲେ।

Comments are closed.