Latest Odisha News

BREAKING NEWS

ରାଜ୍ୟରେ ଆଉ ରହିବ ନାହିଁ ଆଳୁ ସମସ୍ୟା;ନିରବଚ୍ଛିନ୍ନ ଯୋଗାଣ ନେଇ ପଶ୍ଚିମବଙ୍ଗ ସହ ବୈଠକ

ଭୁବନେଶ୍ବର:ରାଜ୍ୟରେ ଆଉ ଦେଖାଦେବ ନାହିଁ ଆଳୁ ସମସ୍ୟା । ଆଉ ଅଟକିବନି ପଶ୍ଚିମବଙ୍ଗ ଆଳୁ ଟ୍ରକ । ଏବେ ରାଜ୍ୟକୁ ବର୍ଷର ୧୨ ମାସ ଯାକ ଆଳୁ ଯୋଗାଣ ହେବ । କୋଲକାତାର ଖାଦ୍ୟ ଭବନଠାରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଏନେଇ ସ୍ଥାୟୀ ନିଷ୍ପତ୍ତି ନିଆଯାଇଛି । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ତାଙ୍କ ପଶ୍ଚିମବଙ୍ଗ ପ୍ରତିପକ୍ଷ ଅଶୋକ କିର୍ତ୍ତନିଆଙ୍କ ମଧ୍ୟରେ ଗୁରୁତ୍ୱପୁର୍ଣ୍ଣ ବୈଠକରେ ଓଡ଼ିଶାରେ କିପରି ଆଳୁ ସମସ୍ୟା ହେବ ନାହିଁ ତା ଉପରେ ଆଲୋଚନା ହୋଇଥିଲା ।

ଗତକାଲି କୋଲକାତାର ଖାଦ୍ୟ ଭବନରେ ଦୁଇ ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କ ଭିତରେ ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଥିଲା । ବୈଠକରେ ବିଶେଷ କରି ଓଡ଼ିଶାକୁ ଆଳୁ ରପ୍ତାନୀ ଉପରେ ଫୋକସ କରାଯାଇଥିଲା । ବୈଠକରେ ଓଡ଼ିଶାକୁ ୧୨ ମାସିଆ ଆଳୁ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଛି । ଫଳରେ ରାଜ୍ୟ ତରଫରୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପଶ୍ଚିମବଙ୍ଗ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

ଓଡ଼ିଶା ଆଳୁ ପାଇଁ ସବୁବେଳେ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଆସିଛି । ମମତା ବାନାର୍ଜିଙ୍କ ସରକାର ଥିବାବେଳେ ଅନେକ ସମୟରେ ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ ହୋଇଯାଉଥିଲା । ଫଳରେ ଏଠାର ଆଳୁ ସଙ୍କଟ ଦେଖା ଦେବା ସହ ଦର ବୃଦ୍ଧି ହେଉଥିଲା । ହେଲେ ସେଠାରେ ବିଜେପି ସରକାର ଆସିବା ପରେ ଦୁଇ ରାଜ୍ୟର ସମ୍ପର୍କରେ ପରିବର୍ତ୍ତନ ଆସିଛି ।

 

 

Leave A Reply

Your email address will not be published.