Latest Odisha News

BREAKING NEWS

ଛତିଶଗଡରେ ଏନକାଉଣ୍ଟର; ଜଣେ ମାଓବାଦୀ ମୃତ, ୪ ଯବାନ ଆହତ

ବିଜାପୁର: ଛତିଶଗଡର ବିଜାପୁର ଜିଲ୍ଲାର ପାମେଡ ଥାନା ଅନ୍ତର୍ଗତ ଜଙ୍ଗଲରେ ସୋମବାର ଦିନ ସିଆରପିଏଫ୍ ଯବାନଙ୍କ ସହ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିପାତ ହୋଇଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କିଛି ମାଓବାଦୀ ସମ୍ପୃକ୍ତ ଅଞ୍ଚଳରେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ କୌଣସି ସୁତ୍ରରୁ ଖବର ମିଳିଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀ ମାନେ ଏକ ସର୍ଚ୍ଚ ଅପରେସନ ଜାରି କରିଥିଲେ । ଏହି ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ପକ୍ଷରୁ ଅତର୍କିତ ଗୁଳି ଚାଳନା ହୋଇଥିଲା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ଜଣେ ନକ୍ସଲ ନିହତ ହୋଇଛନ୍ତି ।

ଅନ୍ୟପକ୍ଷରେ ଏହି ଗୁଳି ଚାଳନା ବେଳେ ସିଆରପିଏଫର କୋବ୍ରା ବାଟାଲିୟନର କମାଣ୍ଡେଣ୍ଟ ସମେତ ୪ ଯବାନ ଆହତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଏହି ଘଟଣାପରେ ପ୍ରାୟ ୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ନେଇ ଏସପି ଦିବ୍ୟାଙ୍ଗ ପଟେଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.