Latest Odisha News

BREAKING NEWS

ବିଲ୍ ଗେଟ୍ସ କିଣିଲେ ୪୬୦୦ କୋଟି ଟଙ୍କାର ଉଦଯାନ ଚାଳିତ ବୋଟ୍‌

ନ୍ୟୁୟର୍କ: ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ବିଲ ଗେଟ୍ସ ୪୬୧୨ କୋଟି ଟଙ୍କାର ଏକ ଉଦଯାନ ଚାଳିତ ବୋଟ କ୍ରୟ କରିଛନ୍ତି । ୩୭୦ ଫୁଟ ଲମ୍ବା ପରିବେଶକୁ ସୁହାଉଥିବା ଏହି ସୁପର ଲଗଜରୀ ବୋଟଟି ତରଳ ଉଦଯାନରେ ଚାଲିବ ।

ପୂର୍ବରୁ ସେ ଭଡା ସୂତ୍ରରେ ଦାମିକିଆ ବୋଟ ନେଇ ଛୁଟି ମନାଉଥିଲେ । ଏବେ ସେ ନିଜସ୍ୱ ବୋଟରେ ଛୁଟି ମନାଇବେ ବୋଲି କହିଛନ୍ତି । ଫୋବର୍ସ ମୁତାବକ ଫେବୃୟାରୀ ୯ ସୁଦ୍ଧା ବିଲ ଗେଟ୍ସଙ୍କ ସମ୍ପତିର ମୂଲ୍ୟ ୧୧୨.୪ ବିଲିୟନ ଡଲାର ରହିଛି । ଜେଫ ବେଜେସ ବର୍ତମାନ ବିଶ୍ୱର ଏକ ନମ୍ବର ଧନୀ ଭାବେ ବିବେଚିତ ହେଉଛନ୍ତି । ତାଙ୍କ ସମ୍ପତିର ମୂଲ୍ୟ ୧୨୬.୮ ବିଲିୟନ ଡଲାର ।

Leave A Reply

Your email address will not be published.