Latest Odisha News

ଅନୁଗୁଳରେ ଥମୁନି ଦନ୍ତା ଆତଙ୍କ : ଆଜି ବି ପୁଣି ଜଣଙ୍କୁ ଦଳି ମାରିଲା ହାତୀ

ଅନୁଗୁଳ: ଥମୁନି ହାତୀଙ୍କ ଦୌରାତ୍ମ୍ୟ  । ଦିନକୁ ଦିନ ହାତୀ ମଣିଷ ଲଢେଇ ବଢିବାରେ ଲାଗିଛି  । କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ଜୀବନ ଯାଉଛି  । ଏହାରି ମଧ୍ୟରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି  । ଅନୁଗୁଳ ବଅଁରପାଳ ବ୍ଳକ ବାଇଝାଲିଆ ସାହିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି ।  ମୃତକ ବାଇଝାଲିଆ ସାହିର ପ୍ରଫୁଲ୍ଲ ଭୋଇ ବୋଲି ଜଣାପଡିଛି ।  ।

ଆଜି ସକାଳୁ ପ୍ରଫୁଲ୍ଲ ନିକଟରେ ଥିବା ପଡିଆକୁ ଶୌଚ ହେବାକୁ ଯାଇଥିଲେ  । ସେତେବେଳେ ଏକ ହାତୀ ତାଙ୍କୁ କଚାଡି ଦେଇଥିଲା । ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସେପଟେ ଏହି ଘଟଣାକୁ ନେଇ ପୁରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି  । କିଛି ଦିନ ହେବ ବାରମ୍ବାର ଏଭଳି ଘଟଣା ଘଟୁଛି । ଯାହାକୁ ନେଇ ଅଞ୍ଚଳବାସୀ ମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି  । ତଥାପି ବନ ବିଭାଗ ଦନ୍ତାକୁ ଟ୍ରାକ କରି ଜଙ୍ଗଲକୁ ଘଉଡାଇବାରେ ବିଫଳ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.