Latest Odisha News

BREAKING NEWS

Browsing Category

ଅନୁଗୁଳ

Anugul

ଆଗ ନିଷ୍ପତ୍ତି ନିଅନ୍ତୁ, ତା’ପରେ କେଉଁ ରାଜ୍ୟକୁ ଏକ ନମ୍ୱର କରିବେ କହିବେ: ପାଣ୍ଡିଆନ

ଅନୁଗୋଳ: ବିରୋଧୀ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ପ୍ରଧାନମନ୍ତ୍ରୀ ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ । ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ଆସି କହୁଛନ୍ତି, ଓଡ଼ିଶାକୁ ଏକ ନମ୍ବର କରିବେ । ପ୍ରଥମେ ସେମାନେ କୁହନ୍ତୁ, କେଉଁ ରାଜ୍ୟକୁ ଏକ ନମ୍ବର…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୁ‌‌ଳ: ସକାଳୁ ସକାଳୁ ଦୁଃଖଦ ଖବର । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୩ଜଣଙ୍କ ଜୀବନ । ବାଇକ ସହ ମୁହାଁ ମୁହିଁ ଧକ୍କା ହେଲା ଟ୍ରକ୍‌ । ଦୁର୍ଘଟଣାରେ ବାଇକରେ ଥିବା ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନଏଚ୍ ୫୫ ପଞ୍ଚମହଲା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ…

ହାଇୱାକୁ ଧକ୍କା ଦେଲା ଡଲଫିନ୍ ବସ୍; ଡ୍ରାଇଭର ମୃତ,୨୦ ଆହତ

ଅନୁଗୁଳ: ଦୁର୍ଘଟଣାଗ୍ରସ୍ତ ବାଲି ବୋଝେଇ ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, ଡଲଫିନ ନାମକ ଏକ…

କିଏ ହାତେଇବ ତାଳଚେର ବିଧାନସଭା ଆସନ?

ଅନୁଗୁଳ: କାହା ଭାଗ୍ୟରେ ପଡ଼ିବ ତାଳଚେର ଆସନ, ଚାଲିଛି ଅଙ୍କକଷା । ଛିଣ୍ଡୁନି ତିନି ପ୍ରମୁଖ ଦଳର ଅଙ୍କ । ତିନି ଦଳ ମଧ୍ୟରେ ଚୁଡାନ୍ତ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା ।  କେଉଁ ରାଜନୈତିକ ଦଳ ଏହି ଗୁରୁତ୍ଵ ପୁର୍ଣ୍ଣ  ଆସନକୁ ନିଜ ଅକ୍ତିଆରକୁ ନେବ ସେ ନେଇ ତିଆରି…

ଶିକାରୀ ଫାଶରେ ପଡ଼ି କଲରାପତରିଆର ମୃତ୍ୟୁ

ଅନୁଗୋଳ: ଜଙ୍ଗଲରୁ ମିଳିଲା କଲରାପତରିଆ ବାଘର ମୃତଦେହ । ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅନ୍ତର୍ଗତ ମିଣ୍ଡୋଳ ଗାଁ ମଠ ନିକଟସ୍ଥ କାଜୁ ବଗିଚା ପରିସରରୁ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଶିକାରୀ ଦ୍ଵାରା ବିଛା ଯାଇଥିବା…

ବଢିଲେ କୁମ୍ଭୀର, କମିଲେ ପକ୍ଷୀ: ସରିଲା ସାତକୋଶିଆ-ଭିତରକନିକା କୁମ୍ଭୀର ଓ ପକ୍ଷୀ ଗଣନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭ୍ୟୟାରଣ୍ୟର କୁମ୍ଭୀର ଓ ପକ୍ଷୀ ଗଣନା ତାଲିକା ପ୍ରକାଶ ପାଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବଢିଛି । ସେପଟେ ସାତକୋଶିଆରେ ପକ୍ଷୀଙ୍କ ସଂଖ୍ୟା କମିଥିବା ବେଳେ ନୂଆ ପ୍ରଜାତିର ପକ୍ଷୀ ସାତକୋଶିଆ ଆସିନଥିବା ଜଣାପଡିଛି । ସାତକୋଶିଆ…

ସାତକୋଶିଆରେ ଚାଲିଛି କୁମ୍ଭୀର ଗଣନା, ୧୦ରୁ ହେବ ପକ୍ଷୀ ଗଣନା

ଅନୁଗୁଳର ସାତକୋଶିଆରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା । ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ କୁମ୍ଭୀର ଗଣନା କରୁଛନ୍ତି । ଏହି ଦଳରେ ୫୬ ଜଣ ବନ କର୍ମଚାରୀଙ୍କୁ ସାମିଲ କରାଯାଇଛି । ସାତକୋଶିଆ ମହାନଦୀ ଗଣ୍ଡରେ ୨୩…

ଆସ ବୁଲିଯିବା ଓଡିଶା: ପ୍ରକୃତିପ୍ରେମୀଙ୍କୁ ଆନମନା କରେ କଙ୍କିଳୀ କାଜୁ ଫିଲ୍ଡ

ତାଳଚେର: ଚାଲିଛି ଶୀତ ଋତୁ । ଆଉ ରାତି ପାହିଲେ ନୂଆବର୍ଷ । ସାଧାରଣତଃ ନୂଆବର୍ଷର ଆଗମନରେ ସମସ୍ତେ ବାହାରିଯାଆନ୍ତି ପିକନିକ୍ କରିବା ପାଇଁ । ପରିବାର ବର୍ଗଙ୍କ ସହ ହେଉ ଅବା ସାଙ୍ଗ ସାଥି ମେଳରେ ବୁଲି ଯିବା ସହ ଭୋଜି ଭାତ କରି ମଉଜ କରିବା ସହ କଲରଫୁଲ ଫଟୋ ଉଠାଇ ସାଇତି ରଖିବା ସମସ୍ତଙ୍କ ମନ ।…

ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଫୁସ୍‌ଫୁସ ସଂକ୍ରମଣରେ ପୀଡ଼ିତ…

ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ, ଭୟରେ ଗ୍ରାମବାସୀ

ଅନୁଗୋଳ: ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତକ ଦୁଇ ଜଣ ହେଉଛନ୍ତି ୧୮ ବର୍ଷିୟ ଯୁବକ ଗୁରୁ ନାଏକ ଓ ବୃଦ୍ଧ ଅଇଁଠୁ ସାହୁ । ସେପଟେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଆନ୍ଦୋଳନକୁ…