Latest Odisha News

BREAKING NEWS

୧ କୁଇଣ୍ଟାଲ ୫୮ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାରୁ ୧ କୁଇଣ୍ଟାଲ ୫୮ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ, ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନବରଙ୍ଗପୁର ଜିଲ୍ଲାର ରାଇଘର ଥାନା ଅଞ୍ଚଳର ରାଜୁ ମଣ୍ଡଳ ଏବଂ ଦୁଇଜଣ ଉତ୍ତରପ୍ରଦେଶର କ୍ରିଷ୍ଣା ସିଂ ଓ ହ୍ରିତିକ୍ ଚହ୍ବାନ ବୋଲି ଜଣାପଡ଼ିଛି ।

ଏହି ଗଞ୍ଜେଇ ଏକ ପରିବାର ଭର୍ତ୍ତି ପିକଅପ୍ ଭ୍ୟାନରେ ମାଲକାନଗିରି ଜିଲ୍ଲାରୁ ଉତ୍ତରପ୍ରଦେଶକୁ ଚୋରା ଚାଲାଣ ହେଉଥିଲା ।

ପୋଲିସର ଖବର ମୁତାବକ, ମାଲକାନଗିରି ରାସ୍ତା ପଟୁ ଛତିଶଗଡ଼ ନମ୍ବର ରହିଥିବା ଗୋଟିଏ ବାଇକ୍ ଏବଂ ଏକ ପିକଅପରେ ପରିବା ବୋଝେଇ ହୋଇ ଆସୁଥିବା ବେଳେ ପୋଲିସ ସନ୍ଦେହ କରି ଅଟକାଇ ଥିଲା । ପିକଅପରେ ପନିପରିବା ଭର୍ତ୍ତି ରହିଥିବା ବେଳେ ଭିତରେ ୧ କୁଇଣ୍ଟାଲ ୫୮ କିଲୋ ଗଞ୍ଜେଇ ଥିବା ଜଣାପଡ଼ିଥିଲା ।

ତିନି ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ ସଞ୍ଜୀବ ବେହେରା ।

 

Comments are closed.