ଜୟପୁର: କୋରାପୁଟ ଜିଲ୍ଲାରେ ଏକ କ୍ବିଣ୍ଟାଲର ଗୋ-ମାଂସ ଜବତ ହୋଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ଗିରଫ ଅଭିଯୁକ୍ତ ଜଣକ ଶବସାନ କୁଲଦୀପ ତାର ଘର କେବଡ଼ି ଗାଁରେ ବୋଲି ଜଣାପଡିଛି । ସେ ଆଜି ଗୋ ମାଂସ ବିକ୍ରି କରିବାକୁ ପୁଟରା ଗାଁକୁ ଯାଇଥିଲା । ଗୋ ମାଂସ ବିକ୍ରି ବେଳେ କାବୁ କଲେ ଗ୍ରାମବାସୀ ।
ଖବର ମୁତାବକ, ସବୁଦିନ କେବଡ଼ି ଗାଁର ଶବସାନ ଜୟପୁର ବ୍ଲକ ଅନ୍ତର୍ଗତ ପୁଟରା ଗାଁରେ ମାଂସ ବିକ୍ରି କରେ । ଆଜି ମଧ୍ୟ ସବୁଦିନ ପରି ସେ ତାର ବାଇକ ଯୋଗେ ମାଂସ ବିକ୍ରି କରିବାକୁ ଯାଇଥିଲା । ସନ୍ଦେହ ହେବାରୁ ଗ୍ରାମବାସୀ ମାନେ ତାକୁ ଓଗାଳି ପଚାରିବାରୁ ଏହା ଗୋ-ମାଂସ ବୋଲି ଶବସାନ ସ୍ବିକାର କରିଥିଲା ।
ଏହାପରେ ପୁଟରା ଗ୍ରାମବାସୀ ମାନେ ଶବସାନକୁ କାବୁ କରି ଆମ୍ବାଗୁଡା ପୁଲିସକୁ ଜିମା ଦେଇଥିଲେ l ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତାକୁ ଗିରଫ କରିଥିବା ସୂଚନା ରହିଛି ।
ତେବେ ଏହା କେବଳ କୋରାପୁଟରେ ନୁହେଁ ଏହା ପୂର୍ବରୁ ଅନେକ ଥର ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାରେ ଗୋରୁ ଚାଲାଣ ସହ ଗୋମାଂସ ବିକ୍ରି ହେଉଥିବା ଖବର ସାମ୍ନାକୁ ଆସୁଛି ।
Comments are closed.