Latest Odisha News

ସିଂହଦ୍ବାରରେ ମହାପ୍ରଭୂଙ୍କ ମୂଷିକ ଭକ୍ତ

ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଅପାର। ସେ ହେଉଛନ୍ତି ସାରା ବ୍ରହ୍ମାଣ୍ଡର ଠାକୁର ।  ବିଶ୍ବର କୋଣ ଅନୁକୋଣରୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ବଡ ଠାକୁରଙ୍କୁ ଦର୍ଶନ କରିବା ଲାଗି ଆସନ୍ତି  । କେବଳ ମନୁଷ୍ୟ ନୁହଁନ୍ତି , ଦେବତା, ଦାନବ, ଯକ୍ଷ ଯେପରି କାଳିଆ ଠାକୁରଙ୍କ ଦର୍ଶନ ପାଇଁ ଆତୁର ହୋଇଥାନ୍ତି । ଏହା ଆମେ ପୋଥି ପୁରାଣରୁ ଶୁଣିଆସିଛେ । ହେଲେ ପଶୁପକ୍ଷୀମାନେ ବି ତାଙ୍କ ଆଶିଷ ଲାଭ କରିବା ପାଇଁ ବ୍ୟାକୁଳ ହୋଇ ଉଠିଥାନ୍ତି, ତାହାର ନିଚ୍ଛକ ଦୃଶ୍ୟ ଦେଖିବାକୁ ମିଳିଥିଲା  ସିଂହଦ୍ବାରରେ।

ପାଳିତ ମୂଷା ଛୁଆ ଦୁଇଟି ଯେଭଳି ଭାବେ ଠିଆହୋଇ ମହାପ୍ରଭୂଙ୍କୁ ଦଣ୍ଡବତ ହେବା ଭଳି ଆଚରଣ କରିଥିଲେ । ସେ ଦୃଶ୍ୟ କାଲି ଶ୍ରୀମନ୍ଦିର ନିକଟରେ ଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ବିଶ୍ମୟ ଚକିତ କରିଥିଲା । ପୁରା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ ଯାଜପୁରରୁ ଜଣେ ମହିଳା ଭକ୍ତ କାଲି ପୁରୀ ବୁଲିବାକୁ ଆସିଥିଲେ। ସେ ତାଙ୍କ ସହିତ ଦୁଇଟି ମୂଷା ଆଣିଥିଲେ। ତନ୍ମଧ୍ୟରୁ ଗୋଟିଏ କଳା ଓ ଅନ୍ୟଟି ଧଳା ରଙ୍ଗର ଥିଲା। ସ୍ନେହରେ ସେ ଦୁହିଁଙ୍କୁ ‘ଗୋଲୁ ମୋଲୁ’ଡାକୁଥିଲେ। ଉଭୟଙ୍କୁ ସେ ଶୀତବସ୍ତ୍ର ମଧ୍ୟ ପିନ୍ଧାଇଥିଲେ। ଉଭୟ ମୂଷା କାଲି ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିବା ସହ  ‘ଜୟ ଜଗନ୍ନାଥ’  କହିଲେ ଚୁଁ ଚୁଁ କରିବା ଦୃଶ୍ୟ ସମସ୍ତଙ୍କୁ ବିଶ୍ମୟ ଚକିତ କରିଛି  ।

ଅନ୍ୟ ମୂଷା ମାନଙ୍କ ଠାରୁ ଉକ୍ତ ମୂଷା ଦ୍ୱୟ ଭିନ୍ନ ବୋଲି କହିବା ସହ ମୂଷା ମାନେ ଜୟ ଜଗନ୍ନାଥ କହୁଥିବା ମହିଳା ଜଣକ ଦାବି କରିଛନ୍ତି ।  ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ସମସ୍ତ ଭକ୍ତଙ୍କୁ ଭାବବିହ୍ବଳ କରିଦେଇଥିଲା । ପୁରା ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ଆଉ ଏହା ମହାପ୍ରଭୁଙ୍କ ମହିମା ବୋଲି ସମସ୍ତେ କହିଥିଲେ। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ  ଭାଇରାଲ ହେବାରେ ଲାଗିଛି।

Comments are closed.