ଭୁବନେଶ୍ୱର: ଫେବୃଆରୀ ୨୬ ତାରିଖ ୨୦୧୯ ମସିହା । ଜମ୍ମୁ-କାଶ୍ମୀରର ପୁଲୱାମା ଆକ୍ରମଣରେ ପ୍ରାଣ ହରାଇଥିବା ୪୦ ଜଣ ସିଆରପିଏ ଯବାନ ସହିଦ ହୋଇଥିବା ଘଟଣାର ପ୍ରତିଶୋଧ ନେଇଥିଲା ଭାରତୀୟ ବାୟୁସେନା।
ନିଜ ଶହୀଦ ଭାଇଙ୍କୁ ହରାଇ ରକ୍ତମୁଖା ହୋଇ ଯାଇଥିଲା ସମ୍ପୂର୍ଣ୍ଣ। ଏହାର ପରିଣାମ ସ୍ୱରୂପ ଭାରତୀୟ ବାୟୁସେନା ପାକ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ କରିଥିଲ ଏୟାରଷ୍ଟ୍ରାଇକ।
୨୦୧୯ ଫେବୃୟାର ୨୬ ତାରିଖ ବିଳମ୍ବିତ ରାତିରେ ଶତ୍ରୁ ମାଟିରେ ପ୍ରବେଶ କରି ଆତଙ୍କବାଦୀ ଶିବିରକୁ ଧ୍ବଂସ କରି ଭାରତୀୟ ବାୟୁସେନା ଇତିହାସରେ ଯୋଡିଥିଲା ଏକ ବିରତ୍ବର ଅଧ୍ୟାୟ।
ପୁଲୱାମାରେ ଭାରତ ମାତାର ବୀରପୁତ୍ର ମାନଙ୍କୁ ଅତି ବିଭତ୍ସ ଭାବେ ବିସ୍ଫୋରଣରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ଉଚିତଦଣ୍ଡ ଦେବା ପାଇଁ ଭାରତୀୟ ବାୟୁସେନା କରିଥିଲା ବାଲାକୋଟ ଏୟାରଷ୍ଟ୍ରାଇକ।
ଭାରତର ୪୦ ବଳିଦାନ ବଦଳରେ ଗାଡିଥିଲା ୩୦୦ ଆତଙ୍କୀଙ୍କ ମୁଣ୍ଡ।
ବାୟୁସେନା ପକ୍ଷରୁ ଏହି ଏୟାର ଷ୍ଟ୍ରାଇକର ଏକ ଭିଡ଼ିଓ ମଧ୍ୟ ଜାରି କରାଯାଇଥିଲା । ଏହି ଭିଡ଼ିଓରେ ବ୍ରିଫିଙ୍ଗ୍ ରୁମରେ ଭାରତୀୟ ବାୟୁସେନା ପାଇଲଟ୍ ଥିବାର ଦୃଶ୍ୟ ରହିଥିଲା । ତା’ପରେ ପାଇଲଟମାନେ ସେମାନଙ୍କ ଲଢୁଆ ବିମାନ ମିରେଜ୍-୨୦୦୦ ଆଡ଼କୁ ଧାଇଁ ଯାଇ ଉଡ଼ାଣ ଆରମ୍ଭ କରୁଥିବାର ଦୃଶ୍ୟ ରହିଛି ।
ଏହାପରେ ରହିଛି ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ସେଣ୍ଟର୍ ଏବଂ ସମ୍ଭାବ୍ୟ ଲକ୍ଷସ୍ଥଳୀର ରାଡାର୍ ଜୁମିଙ୍ଗର ଫଟୋ । ଏଥିସହ ଏହି ଭିଡିଓରେ ଫେବ୍ରୁଆରି ୨୭ରେ ହୋଇଥିବା ଭାରତ ଓ ପାକିସ୍ତାନ ଯୁଦ୍ଧବିମାନ ମଧ୍ୟରେ ଡଗ୍ ଫାଇଟର ଦୃଶ୍ୟ ମଧ୍ୟ ରହିଥିବାର ଦେଖିବାକୁ ମିଳିଥିଲା ।
Comments are closed.