Latest Odisha News

ଏକାବେଳେ ୧୦ଟି ସିଲିଣ୍ଡରରେ ଲଗିଲା ନିଆଁ, ପ୍ରଚଣ୍ଡ ବିସ୍ଫୋରଣରେ ଥରିଲା ପୁଣେ

ପୁଣେ: ମହାରାଷ୍ଟ୍ରର ପୁଣେ ନିକଟ ବିମାନ ନଗରରେ ଅପରାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକା ସାଙ୍ଗରେ ୧୦ ସିଲିଣ୍ଡରରେ ନିଆଁ ଯିବାରୁ ପ୍ରଚଣ୍ଡ ବିସ୍ଫୋରଣ ହେବା ସହ ନିଆଁ ଲାଗିଯାଇଛି । ସିମ୍ବାୟୋସିସ୍ କଲେଜ ନିକଟରେ ଘଟିଛି ଏଭଳି ଘଟଣା। ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୧୦୦ଟି ଏଲପିଜି ଗ୍ୟାସ ସିଲିଣ୍ଡର ବେଆଇନ ଭାବେ ଏକ ନିର୍ମାଣାଧୀନ ଅଂଚଳରେ ରଖାଯାଇଥିଲା। ସେଥିମଧ୍ୟରୁ ୧୦ଟି ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ତୁରନ୍ତ ପୁଣେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲା। ଦମକଳ ବାହିନୀର ୩ଟି ଗାଡ଼ି ପହଞ୍ଚି ନିଆଁ ଲିଭା କାମରେ ନିୟୋଜିତ ରହିଛି । ବର୍ତ୍ତମାନ ନିଆଁ ଆୟତ୍ତ ହୋଇଥିବା ଜଣା ପଡିଛି।

 

Comments are closed.