Latest Odisha News

BREAKING NEWS

ପିପିଲି ମଇଦାନରେ ୧୦ ପ୍ରାର୍ଥୀ, ଭୋଟ ଦେବେ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଏବେ ମଇଦାନରେ ୧୦ ଜଣ ପ୍ରାର୍ଥୀ । ଆଜି ପାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା । ମୋଟ ୧୫ ଜଣ ନାମାଙ୍କନ ଭରିଥିବା ବେଳେ, ତିନି ଜଣଙ୍କର ନାକଚ ହୋଇଛି । ସେହିପରି ଦୁଇ ଜଣ ପାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ଉପନିର୍ବାଚନ ପାଇଁ ଏବେ ମୋଟ ୧୦ ଜଣଙ୍କ ମଧ୍ୟରେ ହେବ ଲଢ଼େଇ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ପିପିଲି ନିର୍ବାଚନ ମଣ୍ଡଳୀରେ ମୋଟ୍ ଭୋଟର ସଂଖ୍ୟା ୨ ଲକ୍ଷ ୨୯ ହଜାର ୯୯୮ । ସେମାନଙ୍କ ମଧ୍ୟରୁ ପୋଷ୍ଟାଲ ବାଲାଟରେ ଭୋଟ ଦେବେ ୧୦୭୭ ଜଣ । ସେଥିରୁ ୯୦୯ ଜଣ 8୦ ବର୍ଷରୁ ଉର୍ଦ୍ଧ୍ବ ଥିବା ବେଳେ, ୧୬୮ ଜଣ ଦିବ୍ୟାଙ୍ଗ । ବାଲାଟ ଭୋଟ ଆସନ୍ତା ୬ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ନିର୍ବାଚନ ପାଇଁ ୧୭୪୦ଟି ପୋଲିଂ କର୍ମଚାରୀ ମୁତୟନ ହେବେ । ବୁଥ୍ ସଂଖ୍ୟା ପୂର୍ବରୁ ୩୪୮ ଥିବା ବେଳେ, ଆଉ ୭୫ଟି ବୃଦ୍ଧି ପାଇଛି । କୌଣସି ବୁଥରେ ୧ ହଜାରରୁ ଅଧିକ ଭୋଟିଂ ହେବ ନାହିଁ । ଏଠାରେ ୧୦୨ଟି କ୍ରିଟିକାଲ ବୁଥ ରହିଛି ।

ସେହିପରି ଖୋଲାସ୍ଥାନରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସଭା ସମିତି କରାଯାଇପାରିବ । ସମ୍ମିଳନୀ କକ୍ଷରେ କ୍ଷମତା ଠାରୁ ୫୦ ପ୍ରତିଶତ ଲୋକ ରହିପାରିବେ । ଯଦି ଏହି ନିୟମକୁ କେହି ନମାନିବେ ତେବେ କୋଭିଡ ଗାଇଡଲାଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ନିର୍ବାଚନୀ ଖର୍ଚ୍ଚ ଓ ପରିଚାଳନା ଉପରେ ନଜର ରଖିବା ପାଇଁ ଦୁଇ ଜଣ ଅବଜରଭରଙ୍କୁ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.