Latest Odisha News

BREAKING NEWS

ଯବାନ ଓ ମାଓବାଦୀ ଗୁଳି ବିନିମୟ, ୫ ଯବାନ ସହିଦ

ଛତିଶଗଡ଼ : ଛତିଶଗଡ ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ମାଓବାଦୀଙ୍କ ଗୁଳିରେ ୫ ଜଣ ଯବାନ ସହିଦ ହୋଇଛନ୍ତି ।

ସୂଚନା ଅନୁସାରେ, ଛତିଶଗଡ ବିଜାପୁର ଜିଲ୍ଲା ସିଲେଗୁର ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ୍ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଡିଆରଜି ଓ ସିଆରପିଏଫ ବାହିନୀର ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ମାଓବାଦୀ ମାନେ ଗୁଳି ଚାଳନା କରିବା ପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଘଟଣାରେ ଡିଆରଜି ବାହିନୀର ୪ ଜଣ ଓ ସିଆରପିଏଫର ଜଣେ ଯବାନ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ୫ ଜଣ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସମସ୍ତ ୫ ଯବାନ ସହିଦ ହୋଇଥିବା ଜଣାପଡିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.