Latest Odisha News

ପଦ୍ମପୁର ନିର୍ବାଚନ ମୈଦାନରେ ରହିଲେ ୧୦ ପ୍ରାର୍ଥୀ, ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ

ଭୁବନେଶ୍ୱର: ଶେଷ ହୋଇଛି ବରଗଡ ଜିଲ୍ଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାଥୀପତ୍ର ପ୍ରତ୍ୟାହାର ତାରିଖ। ମୋଟ୍ ୧୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ଏବେ ନିର୍ବାଚନ ମୈଦାନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ଯଦିଓ ଦୁଇ ଜଣ ସ୍ବାଧୀନ ବିଧାୟକଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା ପରେ ଆଉ ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ. କେ.ଲୋହନି ଏହି ସୂଚନା ଦେଇଛନ୍ତି।

ନିର୍ବାଚନୀ ଅଧିକାରା ସୂଚନା ଦେଇ କହିଛନ୍ତି, ଡିସେମ୍ବର ୫ରେ ଏହି ଆସନ ପାଇଁ ହେବାକୁ ଥିବା ମତଦାନ ସମୟ ସମୟ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ରହିବ। ଏଥିପାଇଁ ୩୧୯ ମତଦାନ କେନ୍ଦ୍ର ରହିଛି। କିଛି ମତଦାନ କେନ୍ଦ୍ରର ନା ପରିବର୍ତ୍ତନ ହୋଇଥିଲେ ବି ସ୍ଥାନ ସମାନ ରହିଛି। ଭୋଟର ଦ୍ବନ୍ଦରେ ନ ରହିବାକୁ ପରାମର୍ଶ ଦେଇଛନ୍ତି ନିର୍ବାଚନ ଅଧିକାରୀ। ପୂର୍ବରୁ ଯେଉଁଠି ଭୋଟ ଦେଇଥିଲେ ଏବେ ସେହି ସ୍ଥାନରେ ଭୋଟ ଦେବେ ଭୋଟର। ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲଟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୨୮୪ ବ୍ୟାଲଟ ପାଇଁ ଆବେଦନ ହୋଇଛି।

ଏହି ବିଧାନସଭା ଆସନରେ ମୋଟ୍ ଭୋଟର ସଂଖ୍ୟା ୨ ଲକ୍ଷ ୫୭ ହଜାର ୪୭୪ ରହିଛନ୍ତି। ଏଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୭ ହଜାର ୫୬୫ ରହିଛି। ପୋଲିଂ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ସରିବା ପରେ ପ୍ରଥମ ପର୍ଯ୍ୟାୟ ତାଲିମ ଦିଆଯାଇଛି।

୭୪ଟି ବୁଥ ମାଓ ପ୍ରଭାବିତ ଅଞ୍ଚଳରେ ରହିଛି। ୭୮ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ। ଆଇନ ଶୃଙ୍ଖଳା ପାଇଁ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଙ୍ଗ ହେବ। ୯୮ ଜଣ ମାଇକ୍ରୋ ଅବଜରଭର ମୁତୟନ ହେବେ। ନିର୍ବାଚନ ପରିଚାଳନା ପାଇଁ ୩ ଜଣ ଅବଜରଭର ରହିବେ।

ବେଆଇନ ଭାବେ ଲାଗିଥିବା ୨୦୫୮ ପୋଷ୍ଟର ବ୍ୟାନର କଢ଼ାଯାଇଛି। ଅବକାରୀ ବିଭାଗ ପକ୍ଷରୁ ୧୧୪ ମାମଲା ରୁଜୁ କରାଯାଇଛି। ୭୪ ଜଣଙ୍କୁ ଗିରଫ କରାଯାଇଛି। ୬୦ ଲକ୍ଷ ଟଙ୍କାର ସମ୍ପତି ଜବତ କରାଯାଉଛି। ନିର୍ବାଚନ ଦିନ ପଦ୍ମପୁର ଅଞ୍ଚଳରେ ଛୁଟି ଘୋଷଣା ହୋଇଛି।

Comments are closed.