Latest Odisha News

BREAKING NEWS

ଦୁର୍ଘଟଣା ସ୍ଥଳରେ ରେଲୱେ ସେଫ୍ଟି କମିଶନର, ରାତି ୧୦ଟା ପରେ ଉକ୍ତ ରୁଟରେ ଚାଲିବ ଟ୍ରେନ୍

ଯାଜପୁର: କୋରାଇରେ ଖୁବଶୀଘ୍ର ସ୍ୱାଭାବିକ ହେବ ରେଳ ଚଳାଚଳ । ରାତି ୧୦ଟା ପରେ ଉକ୍ତ ରୁଟରେ ଚାଲିବ ଟ୍ରେନ୍ । ଦୁର୍ଘଟଣା ପରେ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ ଓ କାରଣ ଖୋଜିବା ପରେ ପୂର୍ବତଟ ରେଳପଥ ଜିଏମ୍ ରୂପ ନାରାୟଣ ସୁନକର କରିଛନ୍ତି, ଦ୍ରୁତଗତିରେ କାର୍ଯ୍ୟ ଚାଲିଛି । ରାତି ୧୦ଟା ପରେ ରୁଟେ ଟ୍ରେନ୍ ଚାଲିବ ।

କିଭଳି ମାଲବାହୀ ଗାଡ଼ି ଲାଇନଚ୍ୟୁତ୍ ହେଲା, ସେନେଇ ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଏମ୍ । ତେବେ ଗୋଟିଏ ଡବାର କବାଟ ଯୋଗୁ ଦୁର୍ଘଟଣା ଘଟି ଥାଇପାରେ ବୋଲି ଜିଏମ୍ କହିଛନ୍ତି । ତେବେ ତଦନ୍ତ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ କାହିଁକି ଘଟିଲା ଦୁର୍ଘଟଣା ।

ଜିଏମଙ୍କ ସହ ରେଲୱେ ସେଫ୍ଟି କମିଶନର ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ସୋମବାର ସକାଳ ପ୍ରାୟ ୬ଟା ୪୦ ସମୟରେ କୋରେଇ ଷ୍ଟେସନରେ ହଠାତ୍ ଲାଇନଚ୍ୟୁତ୍ ହୋଇଥିଲା ଖଡ଼ଗପୁରରୁ ଛତ୍ରପୁର ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍ । ଆଖି ପଲକ ପଡ଼ୁ ପଡ଼ୁ ଦ୍ରୁତଗତିରେ ଯାଉଥିବା ମାଲବାହୀ ଟ୍ରେନର ବଗି ଯାତ୍ରୀ ବିଶ୍ରାମାଗାର ସହ ଟିକେଟ୍ କାଉଣ୍ଟର ଉପରେ ଚଢ଼ି ଯାଇଥିଲା । ଏଭଳି ଭାବେ ଉପରତଳ ହୋଇ ୧୪ଟି ୱାଗନ ଲାଇନଚ୍ୟୁତ୍ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.