Latest Odisha News

BREAKING NEWS

ନବରଙ୍ଗପୁର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା, ୨୪ ଘଣ୍ଟାରେ ଆଉ ୧୦ ମୃତ

ଭୁବନେଶ୍ୱର: କରୋନା ମାଡୁଛି । ପ୍ରତିଦିନି ନୂଆ ନୂଆ ଜିଲ୍ଲାରୁ ଜୀବନ ନେଉଛି । ନବରଙ୍ଗପୁର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ସଂକ୍ରମିତ ମୃତ୍ୟୁବଣ କରିଛନ୍ତି । ଏହାସହ ଗତ ୨୪ ଘଣ୍ଟାରେ ରାଜ୍ୟର ୭ଟି ଜିଲ୍ଲାରୁ ୧୦ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ । ମୋଟ୍ ମୃତ୍ୟୁସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି ।

ଗଞ୍ଜାମ ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ ଅଛନ୍ତି ୫୨ ବର୍ଷୀୟ, ୪୦ ବର୍ଷୀୟ ଓ ୫୫ ବର୍ଷୀୟ ପୁରୁଷ । ନବରଙ୍ଗପୁର ଜିଲ୍ଲାର ୪୦ ବର୍ଷ ବର୍ଷୀୟ ଆକ୍ରାନ୍ତ ଫୁସଫୁସ ଯକ୍ଷ୍ମାରେ ପୀଡ଼ିତ ଥିଲେ ।

ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଜଣେ ୨୮ ବର୍ଷୀୟ ଯୁବକ ଓ ଡାଏବେଟିସ୍ ରୋଗ ଥିବା ଜଣେ ୫୪ ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଛନ୍ତି ।

ଏମାନଙ୍କ ବ୍ୟତୀତ ନୟାଗଡ଼ ଜିଲ୍ଲାର ଜଣେ ୩୯ ବର୍ଷୀୟ ଯୁବକ, ଭଦ୍ରକ ଜିଲ୍ଲାରୁ ୫୩ ବର୍ଷୀୟ ମହିଳାଙ୍କ ଜୀବନ ନେଇଛି କରୋନା । କନ୍ଧମାଳ ଜିଲ୍ଲାର କରୋନା ସଂକ୍ରମିତ ଜଣେ ୬୧ ବର୍ଷୀୟ ବୃଦ୍ଧ ଓ କେନ୍ଦୁଝର ଜିଲ୍ଲାର ଜଣେ ୫୨ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେମାନଙ୍କର ଡାଏବେଟିସ୍ ଓ ଉଚ୍ଚ ରକ୍ତଚାପ ଥିଲା ।

Leave A Reply

Your email address will not be published.