Latest Odisha News

ଆସନ୍ତା ଜୁଲାଇ ୭ରୁ ୧୦ ଦିନ ଲାଗି ବୁଗୁଡା ସହର ସଟଡାଉନ

ବୁଗୁଡା: ବୁଗୁଡା ସହରରେ ପୋଲିସ ବାହିନୀ, ଅଗ୍ନିଶମ ବିଭାଗ, ବ୍ଲକ ଜେଇ କରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ୧୦ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି।

ପୂର୍ବରୁ ବୁଗୁଡା ପୂର୍ତ୍ତବିଭାଗ ଡାକ ବଙ୍ଗଳା ପରିସରରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଆସନ୍ତା ଜୁଲାଇ ୮ ତାରିଖରୁ ଜୁଲାଇ ୧୫ ଯାଏଁ ୨୪ ଘଣ୍ଟିଆ ସଟ୍ ଡାଉନ କରିବା ପାଇଁ ଠିକ କରାଯାଇଥିଲା। ହେଲେ ଶୁକ୍ରବାର ରାତ୍ରିରେ ୧୭ ଜଣ ପୁଣି ପଜିଟିଭ ବାହାରିବା ପରେ ୭ ତାରିଖ ଠାରୁ ୧୦ ଦିନ ପାଇଁ ସଟ୍ ଡାଉନ ଘୋଷଣା କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ।

ଉକ୍ତ ୧୭ ପଜିଟିଭଙ୍କ ମଧ୍ୟରେ ୧୬ ଜଣ ବୁଗୁଡା ଥାନା ପୋଲିସ ହୋଇଥିବା ଥିବ ବେଳେ ଗୌଡ଼ିଆବୋରଦା ପଞ୍ଚାୟତର ଜଣେ ମହିଳା ରହିଛନ୍ତି।

ବୁଗୁଡା ଥାନାରେ ୨୧ ଜଣ ଷ୍ଟାପ ଥିବାବେଳେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯୋଗୁଁ ସମସ୍ତଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ନେଇ ସୁତ୍ରରୁ ପ୍ରକାଶ। ବୁଗୁଡା ଥାନାରେ ଆଇଆଇସି ଓ ଆଉ ଚାରି ଜଣ କର୍ମଚାରୀ କାର୍ଯ୍ୟରତ ରହିବେ।

ପ୍ରଶାସନର ସୂଚନା ଅନୁସାରେ ଶନିବାର ଓ ରବିବାର ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ସଟଡାଉନ ଥିବା ବେଳେ କେବଳ ସୋମବାର ଗୋଟିଏ ଦନରେ ସମସ୍ତେ ଆବଶ୍ୟକିୟ ସାମଗ୍ରୀ କ୍ରୟ କରିବା ପାଇଁ ସୁଯୋଗ ଦିଆଯିବ ଏବଂ ପରେ ମଙ୍ଗଳବାର ଠାରୁ ୧୦ ଦିନ ପାଇଁ ସଟ୍ ଡାଉନ କାର୍ଯ୍ୟକାରୀ କରାଯିବ।

ସଟଡାଉନ ସମୟରେ ବୁଗୁଡା ସହରରେ ୪୦ଟି ଟିମ ଗଠନ କରାଯିବ। ଏପରିକି ଲୋକମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀୟ ବିବରଣୀ ସଂଗ୍ରହ କରାଯାଇ ଯେଉଁ ବ୍ୟକ୍ତି ନିକଟରେ ଥଣ୍ଡା, କାଶ, ଜ୍ୱର ପ୍ରଭୃତି ଦେଖାଦେବ ସେହି ବ୍ୟକ୍ତିଙ୍କୁ ଏନଏସିର କୋଭିଡ କେୟାର ହୋମରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ବାବ ଟେଷ୍ଟ କରାଯିବ। ଯେଉଁ ବ୍ୟକ୍ତିଙ୍କ ପଜିଟିଭ ଚିହ୍ନଟ ହେବ ସେହି ବ୍ୟକ୍ତିଙ୍କୁ ତୁରନ୍ତ କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ପଠାଯିବ।

ବୁଗୁଡା ସହରର ପ୍ରତ୍ୟେକ ପ୍ରବେଶ ପଥ ଓ ସାହି ଆରମ୍ଭରେ ବାରିକଡ଼ ନିର୍ମାଣ କରାଯିବ। ଯାତାୟାତ ଉପରେ କଟକଣା ଜାରି କରାଯାଇଥିବା ବେଳେ ମେଡିକାଲକୁ ଯିବା ପାଇଁ ଏନଏସି ଦ୍ୱାରା ଅନୁମତି କ୍ରମେ ଅଟୋ ବା ଆମ୍ବୁଲାନ୍ସରେ ଯିବାକୁ ନିଷ୍ପତ୍ତି ହୋଇଛି। ସଟଡାଉନ ସମୟରେ ମେଡିସିନ ଷ୍ଟୋର ବ୍ୟତୀତ ଅନ୍ୟ ଦୋକାନ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.