Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ 

ତା ୪-୭-୨୦୨୦ ଶନିବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୪ ରିଖ ଶନିବାର  ମିଥୁନ ୨୦ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ପୂର୍ଣ୍ଣିମା ତିଥି    ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର
ଘାତ ବାର :- ବୃଷ ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର :- ତୁଳା କୁମ୍ଭ ରାଶି ପୁରୁଷଙ୍କ ଓ ବୃଷ ମିଥୁନ ରାଶି  ମହିଳାଙ୍କର
ଆଜି: ବିରି ଓ ଆମିଷ   ଖାଇବା ନିଷେଧ
ଆଜି ଶ୍ରୀ ଶ୍ରୀ ମହାପ୍ରଭୁଙ୍କର ନିଳାଦ୍ରୀ ବିଜୟ  ଉତ୍ସବ
ମେଷ :-
 ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ କର୍ମକ୍ଷେତ୍ରରେନାନାପ୍ରକାର ଉଲ୍ଲେଖନୀୟ ସଫଳତା ମିଳିବ ।ଦୀର୍ଘ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ମାଲିମକଦମାରେ  ବିଜୟ ଲାଭ କରିବେ ।
ବୃଷ :-
 ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ ।ଉପସ୍ଥିତ ବୁଦ୍ଧି ବଳରେ ବିପଦ ମୁକ୍ତ ହେବେ ।ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ।ଯାତ୍ରାରେ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।
ମିଥୁନ :-
ବାଦାନୁବାଦ ଭିତରେ ଗତି କରିବେ ।ବନ୍ଧୁଙ୍କ ଅସହଯୋଗ ଆପଣଙ୍କୁ ଦୁଃଖ ଦେବ।ବାଣିଜ୍ୟ ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ଅମନ ଯୋଗି ହେବେ ।
କର୍କଟ :-
 ଅଯଥା ମାଲିମକଦମାରେ ଜଡିତ ହେବେ ।ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟକୁ ନେଇ ଚିନ୍ତିତ ହେବେ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ।
 ସିଂହ :-
 ମାନସିକ ଶାନ୍ତି ମିଳିବ ।ଘରୋଇ ସମସ୍ଯାର  ସମାଧାନ ହୋଇଯିବ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ।ସାମାଜିକ ପ୍ରତିଷ୍ଠା ଲାଭ କରିବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ
କନ୍ୟା :-
 ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେଇପାରେ ।ସଞ୍ଚିତ ଧନ ବ୍ଯୟ ହୋଇଯିବ ।ଚକ୍ଷୁ ବା ଛାତିରେ ଯନ୍ତ୍ରଣା ଅନୁଭବ କରିବେ ।ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରହନ୍ତୁ ।ଉଦ୍ୟମରେ ବିଫଳ ହେବେ ।
ତୁଳା :-
ବିଳାସ ବ୍ଯସନରେ ଦିନଟି ଅତିବାହିତ କରିବେ ।ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ମିଳିବ ।ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ ।ଯାନବାହନ ଲାଭର ଯୋଗ ରହିଛି ।ସ୍ଵାଦିଷ୍ଟ ଭୋଜନ ମିଳିବ ।
ବିଛା :-
ଭଲ କରିବାକୁ ଯାଇ ଅସୁବିଧାରେ ପଡିବେ ।ଯାନବାହନ ଚଳାଇବାରେ ସତର୍କତା ଅବଲମ୍ବନ କରନ୍ତୁ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ନାହିଁ ।
ଧନୁ :-
କୌଶଳ ପ୍ରୟୋଗ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।ମାନ ସମ୍ମାନ ଯଶ ଗୌରବର ଅଧିକାରୀ ହେବେ ।ମହିଳାମାନେ ହସ ଖୁସିରେ ଦିନଟି ଅତିବାହିତ କରିବେ ।
ମକର :-
ପ୍ରତେକ ପ୍ରତିଯୋଗିତାରେ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ଦୂର  ଯାତ୍ରାର ଯୋଗ ରହିଛି ।ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବିରାଜମାନ କରିବ ।ଦୁସାହାସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ ।
କୁମ୍ଭ :-
ବିବାଦ ବିଷାଦ ମନକୁ ଭାରାକ୍ରାନ୍ତ କରାଇବ । ଆୟ ତୁଳନାରେ ବ୍ଯୟ ଅଧିକ କରାଇବ ।ମହିଳାମାନେ ନିଜ ପରିବାରର ଅପମାନିତ ସମାଲୋଚିତ ହେବେ ।ଆଶା କରୁଥିବା ଦିଗରୁ ନିରାଶ ହେବେ ।
ମୀନ:-
 ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।ସ୍ବାସ୍ଥ୍ୟ ଗତ କାରଣକୁ ନେଇ ଚିନ୍ତିତ ହେବେ ।ଲାଭ ପରିବର୍ତ୍ତେ କ୍ଷତି ହେବ ।ମାଲିମକଦମାରେ ଭୟ ରହିଛି ।ଶତୃମାନେ ଚକ୍ରାନ୍ତ କରିବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.