Latest Odisha News

ଅହମ୍ମଦନଗର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ , ଜଳିଗଲେ ୧୦ଜଣ କରୋନା ରୋଗୀ

ମହାରାଷ୍ଟ୍ର : ମହାରାଷ୍ଟ୍ର ଅହମ୍ମଦନଗର ସିଭିଲ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଇସିୟୁରେ ନିଆଁ ଲାଗି ଯିବା ଫଳରେ ଘଟଣା ସ୍ଥଳରେ ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ୬ ଜଣ ଗୁରୁତର ହୋଇପଡ଼ିଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । ଏହି ଅଗ୍ନିକାଣ୍ଡ ସମୟରେ କୋଭିଡ୍ ଆଇସିୟୁରେ ୧୭ ଜଣ ରୋଗୀ ଚିକିତ୍ସିତ ହେଉଥିଲେ ।

BjdElectrycity

ସୂଚନା ଅନୁସାରେ ହସ୍ପିଟାଲର କୋଭିଡ ୱାର୍ଡରେ ନିଆଁ ଲାଗିଯାଇଛି । ଅନ୍ୟପଟେ ଘଟଣା ସ୍ଥଳରେ ଅଗ୍ନିସମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି। । ଏହି ଦୁର୍ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟ ରୋଗୀମାନଙ୍କୁ ଡାକ୍ତରଖାନାର କୋଭିଡ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଜିଲ୍ଲା କଲେକ୍ଟର ଡଃ ରାଜେନ୍ଦ୍ର ଭୋସଲେ ଗଣମାଧ୍ୟମକୁ କହିଛନ୍ତି । ହେଲେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି।

 

Leave A Reply

Your email address will not be published.