Latest Odisha News

BREAKING NEWS

DRDO ଗୁପ୍ତତଥ୍ୟ ଚୋରି ମାମଲାରେ ମୁମ୍ବାଇ ଲିଙ୍କ୍

ଭୁବନେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍ ଘଟଣା  ।  ଏବେ ମୁମ୍ବାଇ ଲିଙ୍କ୍ ସମାନକୁ ଆସିଛି । ୫ ଜଣ ଗିରଫ ହେବା ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଏହି ଘଟଣାରେ ଆଉ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ମିଳିଥିବା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ତେବେ ସଂପୃକ୍ତ ରହସ୍ୟମୟୀ ମହିଳାଙ୍କ ଆଇଡିରୁ ଜଣେ ଅଭିଯୁକ୍ତଙ୍କ ନିକଟକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆସିଥିଲା ।

ମହିଳା ଜଣଙ୍କ ଅଭିଯୁକ୍ତଜଣଙ୍କୁ ୪୦ ହଜାର ଟଙ୍କା ମାଗିଥିଲେ । ଏହାପରେ ଅଭିଯୁକ୍ତ ଜଣଙ୍କ ଟଙ୍କା ମଧ୍ୟ ପଠାଇଥିଲେ । ତେବେ ୨୦୨୧ ମସିହା ଅପ୍ରେଲ ୧୮ ଚାରିଖରେ ମୁମ୍ବାଇର ୨ ଜଣ ଯୁବକଙ୍କ ନାଁରେ ଟଙ୍କା ଯାଇଥିଲା । ମହିଳା ଜଣଙ୍କ ମୁମ୍ବାଇର ଏହି ୨ ଯୁବକଙ୍କ ଠିକଣା ଦେଇଥିଲେ । ଯାହା ପରେ ଅଭିଯୁକ୍ତ ଜଣଙ୍କ ସେମାନଙ୍କ ନିକଟକୁ ଟଙ୍କା ପଠାଇଥିଲେ ।

ତେବେ ଏହି ଆଇଡି ଚଳାଉଥିବା ମହିଳାଜଣଙ୍କ ପୂର୍ବରୁ ଚିହ୍ନଟ ହୋଇଥିବା ସେହି ରହସ୍ୟମୟୀ କି ଅନ୍ୟ ଜଣେ ମହିଳା ତାହା ଉପରେ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଚଳାଇଛି।

Leave A Reply

Your email address will not be published.