Latest Odisha News

BREAKING NEWS

ଗର୍ଜନବାହାଲ ଗୁଳିକାଣ୍ଡ ଘଟଣାରେ ୧୦ ଅଟକ, ଆହତ ମେଡିକାଲରେ ଭର୍ତ୍ତି

ସୁନ୍ଦରଗଡ଼: ଗର୍ଜନବାହାଲ ଗୁଳିକାଣ୍ଡ ଘଟଣାରେ ୧୦ ଅଟକ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ହେମଗିରି ଥାନା ଗର୍ଜନବାହାଲରେ ୨ ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼ ହୋଇଥିଲା। କୋଇଲା ବ୍ୟବସାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ପ୍ରାୟ ୧୦ ଆହତ ସୁନ୍ଦରଗଡ଼ ଓ ରାୟଗଡ଼ରେ ଭର୍ତ୍ତି ହୋଇଥିଲେ।

ଗର୍ଜନବାହାଲ କୋଲ୍‌ ୱାସେରି ମାଲିକାନାକୁ ନେଇ ସୀମାନ୍ତ ଛତିଶଗଡ଼ ରାୟଗଡ଼ ଓ ସୁନ୍ଦରଗଡ଼ର ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ, ଖଣ୍ଡା ବୁଲିବା ସହ ବହୁ ରାଉଣ୍ଡ ଗୁଳିଚାଳନା ହୋଇଥିଲା। ଏପରିକି ୱାସେରିରେ ବ୍ୟାପକ ଭଙ୍ଗାରୁଜା କରାଯାଇଥିଲା। ଘଣ୍ଟାଏ ଧରି ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ ଓ ଗୁଳିଚାଳନା କରିବାରୁ ଅନେକ ଯୁବକ ଆହତ ହୋଇଛନ୍ତି। ଆହତମାନଙ୍କୁ ରାୟଗଡ଼ ଡାକ୍ତରଖାନ‌ା ନିଆଯାଇଛି। ଜଣକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଥାନାରେ ଅଟକ ରଖିଛି।

କୋଲ୍‌ ୱାସେରିର ମାଲିକାନାକୁ ନେଇ ବହୁ ବର୍ଷ ଧରି ରାୟଗଡ଼ର ଦୁଇ ମାଲିକଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା। ଜଣେ ମାଲିକ କୋଲ୍‌ ୱାସେରି‌ରେ ତାଲା ପକାଇ ଦେଇଥିବା ବେଳେ ଅନ୍ୟ ଜଣେ ଏହାକୁ ଖୋଲିବାକୁ ଉଦ୍ୟମ କରିଥି‌ଲେ। ଏହାକୁ ନେଇ ଗୁରୁବାର ଦୁଇ ଗୋଷ୍ଠୀ ୱାସେରିରେ ସାମ୍ନାସାମ୍ନି ହୋଇଥିଲେ। ଏପରିକି ବହୁ ଗୁଳିଚାଳନା ସହ ଗାଡ଼ିମଟର, ଅଫିସ ଭଙ୍ଗାରୁଜା ହୋଇଥିଲା।

Leave A Reply

Your email address will not be published.