ଭୁବନେଶ୍ୱର: ଓଡ଼ିଶାରେ ଦୈନିକ ସଂକ୍ରମଣ ଏବେ ପାଞ୍ଚ ହଜାର ମୁହାଁ ହେଲାଣି । ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସଂକ୍ରମଣ ବୃଦ୍ଧି ଓଡ଼ିଶା ପାଇଁ ଟେନସନ୍ । ମୁକାବିଲା ପାଇଁ ସରକାର ସହରାଞ୍ଚଳରେ ସଟଡାଉନ୍ ଓ ନାଇଟକର୍ଫ୍ୟୁ ଜାରି କରିଛନ୍ତି । ତଥାପି କରୋନା ମାଡୁଛି । ରେଡ୍ ଜୋନରେ ଅଛି ଓଡ଼ିଶାର ୧୦ଟି ଜିଲ୍ଲା । ଏହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି । ଏସବୁ ଜିଲ୍ଲାରେ କରୋନା ଆକ୍ଟିଭ୍ କେସ୍ ହଜାରେ ଉପରେ ରହିଛି ।

ରାଜ୍ୟରେ ବର୍ତ୍ତମାନ ୨୭ହଜାର ୮୨୧ଟି ଆକ୍ଟିଭ୍ କେସ୍ ରହିଛି । ସେଥିରୁ କେବଳ ଏହି ୧୦ ଜିଲ୍ଲାରେ ରହିଛି ୧୯ ହଜାର ୯୮୭ଟି ସକ୍ରିୟ ମାମଲା । ଯାହାକି ରାଜ୍ୟର ମୋଟ୍ ଆକ୍ଟିଭ କେସର ୭୧ପ୍ରତିଶତରୁ ଅଧିକ । ଏଥିରୁ ରେଡ୍ ଜୋନରେ ଥିବା ଖୋର୍ଦ୍ଧା, କଟକ ଓ ପୁରୀକୁ ଛାଡି ଦେଲେ ଆଉ ୭ ଜିଲ୍ଲା ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାକୁ ଲାଗି ରହିଛି । ସେସବୁ ଜିଲ୍ଲାରେ ସ୍ଥିତି ଉଦବେଗଜନକ ହେଉଛି ।

ଏବେ ଅରେଞ୍ଜ ଜୋନରେ ରହିଛି ୫ଟି ଜିଲ୍ଲା ନବରଙ୍ଗପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ୫୦୦-୧୦୦୦ ଭିତରେ ରହିଛି । କାଲି ସୁଦ୍ଧା ନବରଙ୍ଗପୁର ଜିଲ୍ଲା କରୋନା ରେଡ୍ ଜୋନରେ ସାମିଲ ହୋଇପାରେ । କରୋନା ଚେନ୍ ଭାଙ୍ଗିବା ପାଇଁ ପଡ଼ୋଶୀ ରାଜ୍ୟ ସୀମାକୁ ସିଲ୍ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି ।
ସୀମାରେ କଡ଼ାକଡ଼ି କରାଯାଉଛି ଯାଞ୍ଚ । ସୀମାନ୍ତବର୍ତ୍ତୀ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ବି ହେଉଛି । ତଥାପି କରୋନା ସଂକ୍ରମଣରେ ଲାଗି ପାରୁନି ବ୍ରେକ୍ । କିଛି ସ୍ଥାନରେ ଲୋକ କଟକଣାକୁ ମାନୁ ନାହାନ୍ତି । ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ସରକାରଙ୍କ ସହ ତାଳ ଦେଇ ସମସ୍ତେ ସଚେନତ ହୋଇ କରୋନା ବିରୋଧୀ ଲଢ଼େଇରେ ସାମିଲ ହେବାର ସମୟ ଆସିଛି ।
BREAKING NEWS
- ୧୯୯୮ରେ ଭାରତକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲା ଲାଡେନ
- ବ୍ରିକ୍ସ୍ ସମ୍ମିଳନୀରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ବଲିଉଡ୍ ଅନ୍ଦାଜ୍
- ଜି – ୨୦ରେ ପୁଟିନ – ଜେଲେନସ୍କି ସାକ୍ଷାତକାର ଅସମ୍ଭବ : କ୍ରେମଲିନ
- ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜକୁ ଆକ୍ରମଣ, ୧୪ ଭାରତୀୟ କ୍ରୁ ଥିଲେ..
- ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ: ପ୍ରଥମ ଟି୨୦ରେ ଭାରତର ସହଜ ବିଜୟ
- AI ଉପରେ ଟ୍ରମ୍ପଙ୍କ ସ୍ପଷ୍ଟୀକରଣ, କୌଣସି ପରିସ୍ଥିତିରେ ଚୀନକୁ…
- କ୍ଷମା କରିଦେବି, କିନ୍ତୁ ଭୁଲିବି ନାହିଁ: ସ୍ମୃତି ମାନ୍ଧାନା
- ଏମଆଇଟି ଗବେଷକଙ୍କୁ ବଡ ସଫଳତା: ପରିସ୍କାର ପାଣି ପାଇଁ ଗଛ ଛାଲରୁ ପ୍ରସ୍ତୁତ ହୋଇଛି ଫିଲ୍ଟର
- ଓରାଙ୍ଗଉଟାନଙ୍କ ସୁରକ୍ଷା ପାଇଁ ୫ ଜଣିଆ ବୈଷୟିକ କମିଟି ଗଠନ
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ରାହୁଲ ହୋଇ ପାରନ୍ତି ଉପ ଅଧିନାୟକ

Comments are closed.