Latest Odisha News

BREAKING NEWS

ଗଞ୍ଜାମ ସ୍ଥିତ ମାଉସୀ ମା’ ମନ୍ଦିରରୁ ଉଦ୍ଧାର ହେଲା ୧୦ ଫୁଟର ଅହିରାଜ ସାପ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜରଡ଼ା ସ୍ଥିିିତ ମାଉସୀ ମା ମନ୍ଦିର ପରିସରରୁ ୧୦ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଛି ବନବିଭାଗ। ସୂଚନାନୁସାରେ, ସ୍ଥାନୀୟ ଲୋକମାନେ ମନ୍ଦିରରେ ଏହି ନାଗ ସାପକୁ ଦେଖି ମନ୍ଦିର ପରିଚାଳନା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଏହାପରେ ମନ୍ଦିର ପରିଚାଳନା ଅଧିକାରୀ ମାନେ ଜଙ୍ଗଲ ଅଧିକାରୀଙ୍କୁ ଏସମ୍ପର୍କରେ ଅବଗତ କରାଇଥିଲେ ।

ଜଙ୍ଗଲ ଅଧିକାରୀମାନେ ପିପୁଲ୍ ଫର୍ ଆନିମଲ୍ସ (ପିଏଫ୍ଏ) ର ସଦସ୍ୟଙ୍କ ସହିତ ମନ୍ଦିରରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ପରେ ଏହି ସାପଟିକୁ ନିକଟସ୍ଥ ଏକ ଜଙ୍ଗଲରେ ଛାଡି ଦେଇଥିଲେ।

ପିଏଫ୍ଏ ସଦସ୍ୟ ତାରା ପ୍ରସାଦ ଦାସ କହିଛନ୍ତି ଯେ, ଏହି ସାପଟି ପ୍ରାୟ ୧୦ ଫୁଟ ଲମ୍ବର ଥିଲା । ସୌଭାଗ୍ୟବଶତଃ ସାପଟିକୁ କୌଣସି କ୍ଷତି ହୋଇନଥିବା ବେଳେ ଏହାକୁ ଜଙ୍ଗଲରେ ଛାଡି ଦିଆଯାଇଛି ।

Comments are closed.