ଗଞ୍ଜାମ: ଜୁଲାଇ ମାସରେ ଜିଲ୍ଲାରେ କରୋନା ସ୍ଥିତି ସାଙ୍ଗାତିକ । ତିନି ହଜାର ପାଖାପାଖି ହେଲାଣି ପଜିଟିଭ୍ କେସ୍ । ଜିଲ୍ଲାରେ ମୋଟ୍ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୮୩୬ । କିନ୍ତୁ ଜୁଲାଇ ମାସର ଏହି ସାତ ଦିନର ରିପୋର୍ଟ ଦେଖିଲେ ଯେକେହି ଆଶ୍ଚଯ୍ୟ ହୋଇଯିବ । ସପ୍ତାହେ ଭିତରେ ସାମନାକୁ ଆସିଛି ନୂଆ ୧ ହଜାର ୩୬୪ଟି ନୂଆ ପଜିଟିଭ୍ କେସ । ଦୈନିକ ହାରାହାରି ଚିହ୍ନଟ ହୋଇଛନ୍ତି ୧୯୪ ପଜିଟିଭ୍ ।
ମେ ୨ ତାରିଖରେ ପ୍ରଥମ କେସ୍
ମେ ମାସ ଦୁଇ ତାରିଖରେ ଗଞ୍ଜାମ ଜିଲ୍ଲାରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ମେ ଓ ଜୁନ୍ ଦୁଇ ମାସରେ ଯେତିକି ଆକ୍ରାନ୍ତ ଥିଲେ ତାର ପାଖାପାଖି କେସ୍ କେବଳ ଜୁଲାଇ ମାସର ଏହି ସାତ ଦିନରେ ବାହାରିଛନ୍ତି । ମେ ଓ ଜୁନ ମାସରେ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ଥିଲା ୧୪୭୨ । କିନ୍ତୁ ଜୁଲାଇ ୧ରୁ ଆଜି ଭିତରେ ଚିହ୍ନଟ ହୋଇଛନ୍ତି ୧ ହଜାର ୩୬୪ । ମୋଟ୍ ଆକ୍ରାନ୍ତଙ୍କ ୪୮ ପ୍ରତିଶତ କେବଳ ଏହି ସପ୍ତାହ ଭିତରେ ବାହାରିଛନ୍ତି ।
ଜୁଲାଇ ମାସରେ କେଉଁ ଦିନ କେତେ ପଜିଟିଭ୍ ?

କରୋନା ମୁକାବିଲା ପଦକ୍ଷେପ
୧. ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ଗଞ୍ଜାମ ଜିଲ୍ଲାକୁ ବାହାର ଜିଲ୍ଲାରୁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି
୨. ଘର ଘର ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି
୩. ଆସନ୍ତାକାଲିଠୁ ପାଞ୍ଚ ଦିନ ଜିଲ୍ଲାର ସମସ୍ତ ଏନଏସି ଓ ବ୍ଲକ ମୁଖ୍ୟାଳୟ ସଟଡାଉନ୍ । ଡୋର୍ ଟୁ ଡୋର୍ ସ୍କ୍ରିନିଂ କରାଯିବ
୪. ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍, ଭୁବନେଶ୍ୱର ପ୍ରବେଶ ଉପରେ କଟକଣା
୫. ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଓପିଡି ବନ୍ଦ
୬. ଏମକେସିଜିର ମୁଖ୍ୟ ଫାଟକକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବିଭିନ୍ନ ପ୍ରବେଶ ପଥ ସିଲ୍
୭. ସବୁ ପଞ୍ଚାୟତରେ କୋଭିଡ୍ କେୟାର ହୋମ୍ ବ୍ୟବସ୍ଥା
୮. ଓ୍ୱାର୍ଡ ଓ ପଞ୍ଚାୟତ ସ୍ତରରେ ଆମ ସ୍ୱାସ୍ଥ୍ୟ, ଆମ ଦାୟିତ୍ୱ ସଚେତନତା ଅଭିଯାନ
୯. ଜିଲ୍ଲାରେ ଆରମ୍ଭ ହେବ ଆଣ୍ଟିଜେନ୍ ଟେଷ୍ଟ
୧୦. ବ୍ୟାଙ୍କ ସକାଳ ୮ଟାରୁ ୨ଟା ଯାଏଁ ଖୋଲା
୧୧. ସାଲୁନ୍, ସ୍ପା, ବିୟୁଟି ପାର୍ଲରରେ ଏକସମୟରେ ଜଣେ ଗ୍ରାହକଙ୍କୁ ପ୍ରବେଶ ଅନୁମତି
୧୨. ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କଲେ ଜରିମାନା

ଗଞ୍ଜାମ ଜିଲ୍ଲାରେ ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ୨୬%
ରାଜ୍ୟରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୬୨୪ । କିନ୍ତୁ ଗଞ୍ଜାମ ଜିଲ୍ଲାରେ ଅଛନ୍ତି ସର୍ବାଧିକ ୨ ହଜାର ୮୩୬ । ଅର୍ଥାର ରାଜ୍ୟର ଆକ୍ରାନ୍ତଙ୍କ ୨୬ ପ୍ରତିଶତ କେବଳ ଗୋଟିଏ ଜିଲ୍ଲାରୁ ବାହାରିଛନ୍ତି । ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଆକ୍ଟିଭ୍ କେସ୍ ରହିଛି ୧ ହଜାର ୩୨୧ । କୋଭିଡ୍ ହସ୍ପିଟାଲରୁ ୧ ହଜାର ୪୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା ନେଇଛି ୨୭ ଜଣଙ୍କର ଜୀବନ । ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟାର ୫୬ ପ୍ରତିଶତ କେବଳ ଗଞ୍ଜାମ ଜିଲ୍ଲାର ଅଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୮ ମୁଣ୍ଡ ନେଇଛି ମହାମାରୀ କରୋନା ।
BREAKING NEWS
- ରିୟାଦରେ ଭୟଙ୍କର ଆକ୍ରମଣ:ସାଉଦି ଆରବ ବିମାନବନ୍ଦରରେ ହୁତି ବିଦ୍ରୋହୀଙ୍କ ମିସାଇଲ୍ ମାଡ଼ରେ ୧୨ ମୃତ, ୩୦୦ରୁ ଅଧିକ ଆହତ
- ଜେଲେନସ୍କିଙ୍କୁ ସମାଲୋଚନା କଲେ ଟ୍ରମ୍ପ: ନୂତନ ରାଷ୍ଟ୍ରପତି ଆସିବାର ସମୟ ଆସିଯାଇଛି
- ୪ବର୍ଷରେ ପାଣିରେ ବୁଡି ଗଲାଣି ୩୬୮୪ ଜୀବନ;୨୭୨୯ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର…
- ମହାବିଦ୍ୟାଳୟ ପରିସରରେ ଵୋମା ମାଡ;କଲେଜ ପରିସରରେ ଭୟର ବାତାବରଣ
- ଭୋଟର ତାଲିକାରେ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ;ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ
- Attack on Airport:ସାଉଦି ଆରବ ଉପରେ ହୁତି ବିଦ୍ରୋହୀଙ୍କ ଆଉ ଏକ ଆକ୍ରମଣ;ବିମାନବନ୍ଦରକୁ କରାଗଲା ଟାର୍ଗେଟ
- ଏହି ଦିନ କଟକଚଣ୍ଡୀ ମନ୍ଦିର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
- ୧୪ ବର୍ଷରେ ୬.୮ ଲକ୍ଷ ପେଙ୍ଗୁଇନ୍ ଗାଏବ ! ଆଣ୍ଟାର୍କଟିକାର ସର୍ବବୃହତ କଲୋନୀରେ ଘଟିଲା କ’ଣ ?
- ରୋନାଲ୍ଡୋଙ୍କ ଉପରେ ବଡ଼ କାର୍ୟ୍ୟାନୁଷ୍ଠାନ: ଏଫପିଏଫ ପକ୍ଷରୁ ଅସ୍ଥାୟୀ ଭାବେ କରାଗଲା ସସପେଣ୍ଡ
- ଜେଏସ୍ଡବ୍ଲ୍ୟୁ ଷ୍ଟିଲର ଓଡ଼ିଶା ଖଣି ବିଭାଗ ପକ୍ଷରୁ ‘ମାନସିକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଆୟୋଜିତ

Comments are closed.