ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ୧୦ଟି ଆଇଇଡି ବୋମାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ । ଜଙ୍ଗଲରେ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରି ଏହି ଆଇଇଡି ଗୁଡିକୁ ଖଞ୍ଜିଥିଲେ । ବୋମାଗୁଡ଼ିକୁ ଠାବ କରାଯିବା ପରେ ବଡ଼ ଧରଣର ଅଘଟଣ ଟଳିଯାଇଥିବା କୁହାଯାଉଛି ।
ତେବେ ନିକଟରେ ସୁନ୍ଦରଗଡ଼ର ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀମାନେ ୪ ଟନ୍ ଓଜର ବିସ୍ଫୋରକ ଲୁଟି ନେବା ପରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ପୋଲିସ ଏବଂ ଯବାନଙ୍କ ପକ୍ଷରୁ ମିଳିତ ଭାବେ ଜୋରଦାର ସର୍ଚ୍ଚ ଅପରେସନ କରାଯାଉଛି । ଅପରେସନ ବେଳେ ସ୍ଵତନ୍ତ୍ର ବୋମା ନିଷ୍କ୍ରିୟକାରୀ ଦଳ ଏସବୁକୁ ନିଷ୍କ୍ରିୟ କରିଥିବା ସୂଚନା ମିଳିଛି ।
ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ ମାଓ ବିରୋଧୀ ଅପରେସନରେ ଯାଇଥିବା ବେଳେ ୨ଟି ଲ୍ୟାଣ୍ଡମାଇନ ଠାବ କରିଥିଲେ । ଏହାକୁ ମଧ୍ୟ ଡିଫ୍ୟୁଜ କରାଯାଇଛି । ଘଟଣା ପରେ ସୁରକ୍ଷକର୍ମୀ ପକ୍ଷରୁ ଅପରେସନକୁ ଆହୁରି ଜୋରଦାର କରାଯାଇଛି ।
Comments are closed.