Latest Odisha News

BREAKING NEWS

ଉଦଯାପନୀ ଉତ୍ସବରେ ୧୦ଜଣ ଅଫିସିଆଲଙ୍କୁ ଅନୁମତି

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ଉତ୍ସବରେ ଭାରତର କେବଳ ୧୦ଜଣ ଅଫିସିଆଲଙ୍କୁ ଯୋଗ ଦେବା ପାଇଁ ଅନୁମତି ମିଳିବ । ତେବେ ଖେଳାଳିଙ୍କ ଉପରେ କୌଣସି କଟକଣା ନାହିଁ । ଯେତେ ଜଣ ଆଥଲେଟ ଚାହିଁବେ ଏହି ଉତ୍ସବରେ ଯୋଗ ଦେଇପାରିବେ ବୋଲି ଆୟୋଜକ କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭାରତୀୟ ଅଲିମ୍ପିକ କମିଟି ମଧ୍ୟ ସମସ୍ତ ନିୟମାବଳୀକୁ ମାନିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବ ନିର୍ଦ୍ଧାରିତ ଅନୁସାରେ ରେସଲର ବଜରଙ୍ଗ ପୁନିଆ ଭାରତ ପାଇଁ ଫ୍ଲାଗ ବିୟରର ହେବେ । ସୂଚନାଯୋଗ୍ୟ, ଭାରତ ଟୋକିଓରେ ୧ ସ୍ୱର୍ଣ୍ଣ ସହ ୭ ପଦକ ଜିତି ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଛି ।

Comments are closed.