Latest Odisha News

BREAKING NEWS

ଗୋଳା ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୨ ମୃତ, ୧୦ ଗୁରୁତର

ନୂଆଦିଲ୍ଲୀ: ଅର୍ଡିନାନ୍ସ ଫ୍ୟାକ୍ଟ୍ରି ତଥା ଗୋଳା ବାରୁଦ ଫ୍ୟାକ୍ଟ୍ରିରେ ହେଲା ଭୟଙ୍କର ବିସ୍ଫୋରଣ। ଚାଲିଗଲା ଦୁଇ କର୍ମଚାରୀଙ୍କ ଜୀବନ। ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି ଏହି ଦୁର୍ଘଟଣା। ଜବଲପୁରରେ ଥିବା ଅର୍ଡିନାନ୍ସ ଫ୍ୟାକ୍ଟ୍ରି ଖାମରିଆର ଫିଲିଂ ସେକ୍ସନ-୬ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ଫ୍ୟାକ୍ଟ୍ରିର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବହୁ ଦୂର ଯାଏଁ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ବିସ୍ଫୋରଣ କିପରି ଘଟିଲା ସେ ସମ୍ବନ୍ଧରେ ସୂଚନା ଏପର୍ଯ୍ୟନ୍ତ ମିଳି ନାହିଁ। ଅର୍ଡିନାନ୍ସ ଫ୍ୟାକ୍ଟ୍ରିର ଜଣେ ଅଧିକାରୀଙ୍କ କହିବା ମୁତାବକ, ସକାଳ ୧୦ଟା ୩୦ରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି।

ବିସ୍ଫରଣ ଯୋଗୁ ଫ୍ୟାକ୍ଟ୍ରିର ଏକ ଅଂଶ ଭୁଶୁଡି ପଡିଛି। ମାଟି ତଳେ ଶ୍ରମିକ ଜଣକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବଲପୁରର ଅର୍ଡାନ୍ସ କାରଖାନାରେ ଏହି ବିସ୍ଫୋରଣରେ ଆହତ ହୋଇଥିବା କର୍ମଚାରୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି । ଯେଉଁଠାରେ ସେମାନଙ୍କୁ ଚିକିତ୍ସା କରାଯାଉଛି।

 

Leave A Reply

Your email address will not be published.