Latest Odisha News

BREAKING NEWS

ଅମାପ ସମ୍ପତ୍ତିର ଅଧିକାରୀ IFS ଅଫିସର ଅଭୟକାନ୍ତ ପାଠକ, ସରୁନି ହିସାବ

ଭୁବନେଶ୍ୱର: ଅଚଳାଚଳ ସମ୍ପତ୍ତିର ଅଧିକାରୀ ଆଇଏଫଏସ୍ ଅଫିସର ଅଭୟକାମ୍ତ ପାଠକ । ଦୁଇ ଦିନ ହେବ ତାଙ୍କ ସମ୍ପତ୍ତିର ହିସାବ ସରୁନି । ଆଜି ବି ଦ୍ୱିତୀୟ ଦିନରେ ଚଢ଼ାଉ ଜାରି ରଖିଛି ଭିଡଜିଲାନ୍ସ ଟିମ୍ । ୩୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଓଡ଼ିଶା ସମେତ ଦେଶର ୫ଟି ରାଜ୍ୟରେ ଥିବା ଘର ଓ ଅଫିସରେ ରେଡ୍ ଚାଲିଛି ।

ଖୋଲୁଛି ବନୀକରଣ ଆଡିସିନାଲ୍ ପିସିସିଏଫ୍ ଅଭୟକାନ୍ତଙ୍କ ସମ୍ପତ୍ତିର ଗୁମର । ଓଡିଶା, ମୁମ୍ବାଇ, ପୁଣେ ଓ ବିହାର ପାଖାପାଖି ୧୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ବିଳାସପୂର୍ଣ୍ଣ ଜୀବନ ଜିଉଁଥିବା ଅଭୟକାନ୍ତ ଚାର୍ଟାଡ ଫ୍ଲାଇଟରେ ବୁଲୁଥିଲେ । ଲକଜୁରୀ କାର୍ ଚଢୁଥିଲେ ।
ଚଢ଼ାଉ ବେଳେ ସରକାରୀ ବାସଭବନରୁ ମିଳିଛି ୧୦ ଲକ୍ଷ ଟଙ୍କା ସହ ବିମାନ ଟିକେଟ୍ । ଲକଡାଉନ୍ ବେଳେ ଅଭୟକାନ୍ତ ଚାର୍ଟାଡ୍ ଫ୍ଲାଇଟରେ ରାଜ୍ୟ ବାହାରକୁ ଯାଉଥିଲେ । ତାଙ୍କ ଘରୁ ଅଧକେଜିରୁ ଅଧିକ ସୁନା ଜବତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.