Latest Odisha News

BREAKING NEWS

ଆସନ୍ତୁ ଜାଣିବା ଗୋଲ୍ଡେନ ବୟ ମାରାଡୋନାଙ୍କ ଅଭୂଲା କାହାଣୀ

ବୁଏନ୍ସ ଏରିସ: ଚାଲିଗଲେ ଫୁଟବଲର ମହାରଥୀ ଗୋଲ୍ଡେନ ବୟ ଡିଏଗୋ ମାରାଡୋନା । ମାତ୍ର ୬୦ ବର୍ଷ ବୟସରେ ସେ ସମସ୍ତଙ୍କୁ ଅଲବିଦା କହିଥିଲେ । ଜଣେ ଫୁଟବଲ ଖେଳାଳି ଭାବେ ମାରାଡୋନା ଯେଉଁ ସପଳତା ହାସଲ କରିଛନ୍ତି ତାହା ଏବେ ବି ଅନ୍ୟମାନଙ୍କ ପ୍ରେରଣା । ନିଶା….କିନ୍ତୁ ତାଙ୍କ କ୍ୟାରିୟରକୁ ଏକପ୍ରକାର ଅଧା କରି ଦେଇଥିଲେ । ଲାନୁସର ଏକ ବସ୍ତିରେ ବହୁତ ଗରୀବ ଘରେ ଜନ୍ମ ଗ୍ରହଣ କରିଥିଲେ ମାରାଡୋନା । ଡନ ଡିଏଗୋ ଓ ସାଲାଡାଭାର ଫ୍ରାଙ୍କୋଙ୍କ ୮ମ ସନ୍ତାନ ମଧ୍ୟରୁ ସେ ୪ର୍ଥ ଥିଲେ । ପିଲାବେଳେ ତାଙ୍କ ଭାଇ ଗୋଟିଏ ଫୁଟବଲ ତାଙ୍କୁ ଉପହାର ଦେଇଥିଲେ । ସେ ଏଥିନେଇ ଏତେମାତ୍ରାରେ ଭାବପ୍ରବଣ ଥିଲେ ତାକୁ ଶାର୍ଟ ଭିତରେ ରଖି ଶୋଉଥିଲେ । ୧୦ ବର୍ଷ ବୟସ ପର୍ଯ୍ୟନ୍ତ ସେ ରୋଜା ଏଷ୍ଟ୍ରେଲା କ୍ଲବ ପକ୍ଷରୁ ଖେଳୁଥିଲେ ।

୧୫ ବର୍ଷରେ ସେ ଆର୍ଜେଂଟିନୋସ ଜୁନିୟର୍ସ ତରଫରୁ ପ୍ରଫେଶନାଲ କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୧ରେ ବୋକା ଜୁନିୟର୍ସ ତାଙ୍କ ସହ ଚୁକ୍ତି କରିଥିଲା । ୧୯୮୨ ମାରାଡୋନାଙ୍କ ପ୍ରଦର୍ଶନ ବଳରେ କ୍ଲବ ପ୍ରଥମ ପଦକ ଜିତିଥିଲା । ୧୯୭୭ରେ ସେ ଜାତୀୟ ଦଳରେ ସ୍ଥାନ ପାଇଲେ । ୧୯୭୮ ଛୋଟ ପିଲା ବୋଲି କହି ତାଙ୍କୁ ବିଶ୍ୱକପରେ ସ୍ଥାନ ଦିଆଯାଇ ନ ଥିଲା । ୧୯୮୨ରେ ମାରାଡୋନା ପ୍ରଥମ ରାଉଣ୍ଡରେ ହଙ୍ଗେରୀ ବିପକ୍ଷରେ ୨ଗୋଲ ସ୍କୋର କରିଥିଲେ । ମାତ୍ର ଦଳ ବ୍ରାଜିଲଠାରୁ ହାରି ଟୁର୍ଣ୍ଣାମେଂଟରୁ ବିଦାୟ ନେଇଥିଲା ।
ଏହା ପରେ ୧୯୮୬ ବିଶ୍ୱକପରେ ଆର୍ଜେଂଟିନା ଚାମ୍ପିୟନ ହୋଇଥିଲା । ମାରାଡୋନଙ୍କ ଯୋଗଦାନ ବହୁତ ଥିଲେ ମଧ୍ୟ ସେମିଫାଇନାଲରେ ହାତରେ ବଲ ବାଜିଥିଲେ ମଧ୍ୟ ସେ ଏହାକୁ ଗୋଲରେ ପରିଣତ କରିଥିଲେ । ଇଂଲଣ୍ଡ ଟୁଣ୍ଣାମେଂଟରୁ ବିଦାୟ ନେଇଥିଲା । ମାରାଡୋନା କିନ୍ତୁ ହ୍ୟାଣ୍ଡ ଅଫ ଗଡ ଆଖ୍ୟା ଶେଷ ଯାଁଏ ବହନ କଲେ । ପଛରେ ଏହା ଶତକର ଶ୍ରେଷ୍ଠ ଗୋଲ ମଧ୍ୟ ହୋଇଥିଲା ।

ଫିଦେଲ କାଷ୍ଟ୍ରୋଙ୍କୁ ମାରାଡୋନା ସର୍ବଦା ଦ୍ୱିତୀୟ ପିତା ବୋଲି କହିଥାନ୍ତି । ସବୁଠାରୁ ବଡ କଥା କ୍ୟୁବାର ଏହି ପୂର୍ବତନ ରାଷ୍ଟ୍ରପତି ଯେଉଁ ଦିନ ମରିଥିଲେ ସେ ଦିନ ମାରାଡୋନାଙ୍କ ମଧ୍ୟ ବିୟୋଗ ଘଟିଥିଲା । ସେ ୪ ଫିଫା ବିଶ୍ୱକପ ଖେଳିଛନ୍ତି । ୧୯୮୬ରେ ସେ ଆର୍ଜେଂଟିନାର ଅଧିନାୟକ ଥିଲେ ।

ସେ ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ ହେବା ସହ ଗୋଲ୍ଡେନ ବଲ ମଧ୍ୟ ଜିତିଥିଲେ । ଫିଫା ତାଙ୍କୁ ଶତାବ୍ଦୀର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରିଥିଲା । ସେ କ୍ୟାରିୟରରେ ଥରେ ଗୋଲ୍ଡେନ ବଲ, ୨ଥର ସାଉଥ ଆମେରିକାନ୍ ଫୁଟବଲର ଅଫ ଦି ଇୟର, ୬ଥର ନ୍ୟାଶନାଲ ଲିଗ ଟପ ସ୍କୋରର ଓ ଥରେ ବାଲନ ଡି ଓର ପୁରସ୍କାର ପାଇଥିଲେ । ୧୯୮୨ରେ ସେ କୋକିନ କବଳରେ ପଡିଥିଲେ । ଇଟାଲି ମାଫିଆ କୋମରା ତାଙ୍କୁ ବର୍ବାଦ କରି ଦେଇଥିଲେ । ନେପାଳୀ କ୍ଲବ ତାଙ୍କୁ ୧୫ ମାସ ପାଇଁ ବାସନ୍ଦ କରିଥିଲା । ସେହିପରି ୫୦୦ ଗ୍ରାମ କୋକେନ ସହ ଧରାପଡି ସେ ୧୪ ମାସ ଜେଲ ଯାଇଥିଲେ । ୧୯୯୭ରେ ଫୁଟବଲକୁ ଓ ଏବେ ସଂସାରକୁ ଅଲବିଦା କହିଛନ୍ତି ।

Leave A Reply

Your email address will not be published.