Latest Odisha News

BREAKING NEWS

Maoists Surrender: ଭୁଶୁଡୁଛି ମାଓଗଡ; ଆତ୍ମସମର୍ପଣ କଲେ ୬ ମହିଳା ସମେତ ୧୦ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ପୋଲିସ ଆଉ ଏକ ବଡ଼ ସଫଳତା ହାସଲ କରିଛି । ପୁଣି ଆଉ ୧୦ ଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରେ ୬ ଜଣ ମହିଳା ମାଓବାଦୀ ରହିଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ପାଇଁ ୪୦ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିଲା ।

ସମସ୍ତ ଆତ୍ମସମର୍ପଣ କରିଥିବା ନକ୍ସଲ ଦରଭା ଡିଭିଜନର ସକ୍ରିୟ କ୍ୟାଡର । ସେମାନେ ପୁନା ମାର୍ଗେମ ଅଧୀନରେ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଆଇଜି ବସ୍ତର, ପୋଲିସ ସୁକମା, ସିଏପିଏଫ ଏବଂ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ସୁକମା ପୋଲିସ ଲାଇନ୍ସ ପରିସରରେ ନକ୍ସଲମାନେ ଆତ୍ମସମର୍ପଣ କରିଥିଲେ ।

ଏମାନଙ୍କ ମଧ୍ୟରେ ପିଏଲଜିଏ ପ୍ଲାଟୁନ ନମ୍ବର ୧ର କମାଣ୍ଡର, ଦରଭା ଡିଭିନଜର ଦୁଇ ଜଣ ଏସିଏମ, ପିଏଲଜିଏ ବାଟାଲିୟନର ଦୁଇ ଜଣ ପିପିସିଏମ, ଗୋଲାପାଲି ଏରିଆ କମିଟିର ଦୁଇ ପାର୍ଟି ମେମ୍ବର, ୩ ଅନ୍ୟ ପାର୍ଟି ମେମ୍ବର ବୋଲି ଜଣାପଡିଛି । ସରକାରଙ୍କର ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା କହିଛନ୍ତି ।

Leave A Reply

Your email address will not be published.