Latest Odisha News

BREAKING NEWS

କରୋନା ନେଲା ଆଉ ୧୦ ଜୀବନ, ରାଜ୍ୟରେ ଦୁଇ ଶହ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ଦୁଇ ଶହ ପାର କରିଛି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୦ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସେହିପରି ଗଜପତିରୁ ୨ ଏବଂ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଭୂତାଣୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।

ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି । ରାୟଗଡ଼ା ଜିଲ୍ଲାରେ କରୋନା ନେଲାଣି ୧୦ ଜୀବନ । ଖୋର୍ଦ୍ଧାରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଜପତିରେ କରୋନା ମୃତ୍ୟୁସଂଖ୍ୟା ୧୩ । କଳାହାଣ୍ଡିରେ କରୋନାରେ ଦୁଇ ଜଣଙ୍କର ଜୀବନ ଗଲାଣି ।

ଗତ ୨୪ ଘଣ୍ଟାରେ ଅନ୍ୟ ରୋଗରେ ପୀଡ଼ିତ ହୋଇ କରୋନା ପଜିଟିଭ ଚିହ୍ନଟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କଲେଣି ୪୧ ଜଣ ।

Leave A Reply

Your email address will not be published.