Latest Odisha News

BREAKING NEWS

ଦେଶର ପ୍ରତିଷ୍ଠିତ କମ୍ପାନୀ ଶୁଦ୍ଧ ମହୁ ବିକୁ ନାହାନ୍ତି : ସିଏସଇ ରିପୋର୍ଟ

ନୂଆଦିଲ୍ଲୀ:ସେଂଟର ଫର ସାଇନ୍ସ ଆଣ୍ଡ ଏନଭରମେଂଟ (ସିଏସଇ) ବୁଧବାର ଚାଂଚଲ୍ୟକର ରିପୋର୍ଟ ପ୍ରଦାନ କରିଛି । ଏହି ରିପୋର୍ଟ ଅନୁସାରେ ଦେଶର ପ୍ରତିଷ୍ଠିତ ୧୩ଟି ବ୍ରାଣ୍ଡ ଶୁଦ୍ଧ ମହୁ ବିକ୍ରି କରୁ ନାହାନ୍ତିି । ଏଥିରେ ଚିନି ମିଶୁଛି । କେବଳ ୩ଟି ବ୍ରାଣ୍ଡ ଅନ୍ତର୍ଜାତୀୟସ୍ତରର ମାନଦଣ୍ଡକୁ ପୂରଣ କରିପାରୁଛି । ଡାବର, ପତଞ୍ଜଳି, ବୈଦ୍ୟନାଥ, ଝଣ୍ଡୁ, ଏପିସ ହିମାଳୟନ ବ୍ରାଣ୍ଡ ମଧ୍ୟ ଶୁଦ୍ଧତା ମହୁ ଦେବାରେ ବିଫଳ ହୋଇଛନ୍ତି ।

୨୦୦୩ରୁ ୨୦୦୬ ମଧ୍ୟରେ ସଫ୍ଟ ଡ୍ରିଙ୍କରେ ଯେଉଁ ମିଶ୍ରଣ କରାଯାଇଥିଲା ମହୁ ପରୀକ୍ଷଣରେ ସେହି ପରିମାଣର ଦ୍ରବୀଭୂତ ଚିନିର ମାତ୍ରା ମିଳିଛି । ସଫୋଲା, ମାର୍କଫେଡ ସୋହନା ଓ ନେଚର୍ସ ନେକ୍ଟର ଶୁଦ୍ଧତା ପରୀକ୍ଷାରେ ପାସ୍ ହୋଇଛନ୍ତି ।

Leave A Reply

Your email address will not be published.