Latest Odisha News

BREAKING NEWS

ସତ ଓଗାଳିବେ ପାଠକ ବାପା-ପୁଅ: ରିମାଣ୍ଡରେ ନେଲା ଭିଜିଲାନ୍ସ

ଭୁବନେଶ୍ୱର: ଝାରପଡ଼ା ଜେଲରୁ ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି ଭିଜିଲାନ୍ସ। କଟକ ଅଫିସରେ ସେମାନଙ୍କୁ ୩ ଦିନ ଧରି ଜେରା କରାଯିବ। ଅଧିକ ପଚରାଉଚରା ପାଇଁ ୫ ଦିନ ରିମାଣ୍ଡ ମାଗିଥିଲା ଭିଜିଲାନ୍ସ। ଆଗକୁ ବାପା-ପୁଅଙ୍କୁ ସାମନା ସାମନି ବସାଇ ଅମାପ ସମ୍ପତ୍ତିର ଉତ୍ସ ଖୋଜିବ ତଦନ୍ତକାରୀ ଟିମ୍।‌‌

ଅଭୟକାନ୍ତ ପୂର୍ବରୁ ଯେଉଁ ସ୍ଥାନରେ କାମ କରିଥିଲେ ସେସବୁ ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ। ଅନେକ ସ୍ଥାନରେ ଦୁର୍ନୀତିର ଗନ୍ଧ ବାରିଛି । ମିଳିଥିବା ତଥ୍ଯ ଆଧାରରେ ଅଭୟକାନ୍ତଙ୍କୁ ଜେରା ହେବ। ସେହିପରି ପୁଅ ଆକାଶ ଆକାଉଣ୍ଟକୁ କେମିତି ଆସିଲା ଏତେ ପରିମାଣର ଟଙ୍କା ? କିଏ ଓ କାହିଁକି ଡିପୋଜିଟ କରିଥିଲେ ? ଅଭୟ ନା ଆଉ କିଏ କରିଥିଲେ? ସବୁ ଗୁମର ଉପରୁ ପରଦା ଉଠାଇବ ଭିଜିଲାନ୍ସ।

ଅଭୟକାନ୍ତଙ୍କ ବେନାମୀ ସମ୍ପତ୍ତି ଓ କାରବାର ନେଇ ଖୋଳତାଡ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ପରେ ଅଭୟ ଓ ଆକାଶଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।

Leave A Reply

Your email address will not be published.