Latest Odisha News

BREAKING NEWS

୧୦ କରୋନା ଆକ୍ରାନ୍ତଙ୍କ ରହିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  ୧୦ ଜଣଙ୍କ ରହିଛି କୋଲକାତା ଲିଙ୍କ । ଭଦ୍ରକ ଓ ଯାଜପୁରର ୧୦ ଜଣ କରୋନା ଆକ୍ରାନ୍ତ ଗସ୍ତ ବିବରଣୀ ଅନୁସାରେ ସମସ୍ତଙ୍କର କୋଲକାତା ଲିଙ୍କ ରହିଛି । ଆଜି ଭଦ୍ରକରେ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତ ଏବଂ ଯାଜପୁରରେ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କୋଲକାତା ଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।

ତେବେ ଗତ ୨୮ ଦିନରେ କୋଲକାତା ଫେରନ୍ତାଙ୍କୁ ସତର୍କ କରିଛନ୍ତି ସରକାର । ୨୮ ଦିନ ଭିତରେ କୋଲକାତାରୁ ଫେରିଥିବା ସମସ୍ତ ବ୍ୟକ୍ତି ସଙ୍ଗରୋଧରେ ରୁହନ୍ତୁ ବୋଲି କହିଛନ୍ତି । ନିଜର ସମସ୍ତ ତଥ୍ୟ ସ୍ଥାନୀୟ ସରପଞ୍ଚ, ବିଡିଓ ଏବଂ ତହସିଲଦାରଙ୍କୁ ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି ।

Comments are closed.