Latest Odisha News

BREAKING NEWS

ପାଲଘର ସାଧୁ ହତ୍ୟା ମାମଲା: ୧୧୦ ଗିରଫ, ୨୫୦ ଫେରାର

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ନୃଶଂସ ଭାବେ କରାଯାଇଥିବା ସାଧୁ ହତ୍ୟା ମାମଲା ଏବେ ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଛି । ଏହି ଘଟଣା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସୋମବାର ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହାକୁ ସାମ୍ପ୍ରଦାୟିକ ଦୃଷ୍ଟିକୋଣରେ ଦେଖ ନାହିଁ । ଭୁଲ ବୁଝାମଣା ଯୋଗୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ସେ କହିଛନ୍ତି । ପୋଲିସ ଘଟଣାରେ ସମ୍ପୃକ୍ତ ୧୧୦ ଗ୍ରାମବାସୀଙ୍କୁ ଗିରଫ କରିଛି । ପୋଲିସ ଭୟରେ ୨୫୦ ଜଣ ଫେରାର ଅଛନ୍ତି । ୯ ନାବାଳିକଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି ।

ବାରଲୀ ଓ କୋକଣା ଆଦିବାସୀ ସମୁଦାୟ ରହୁଥିବା ଏହି ଗାଁ ଏବେ ଜନଶୂନ୍ୟ ହୋଇଛି । ଗାଁରେ ଡକାୟତି, ପିଲାଚୋରି ନେଇ ଉତେଜନାପୂର୍ଣ୍ଣ ବାତାବରଣ ଥିଲା । ଗୁରୁବାର ରାତିରେ ଉତ୍ୟକ୍ତ ଲୋକେ ପିଲାଚୋର ସନେ୍ଦହ କରି ସ୍ୱାମୀ କଳ୍ପବୃକ୍ଷ ଗିରି, ସ୍ୱାମୀ ସୁଶୀଲ ଗିରି ଓ ତାଙ୍କ ଡ୍ରାଇଗର ନିତିନ ତିଲାଗେଡଙ୍କୁ ପିଟି ପିଟି ମାରି ଦେଇଥିଲେ । ସମ୍ପୂର୍ଣ୍ଣ ଘଟଣାର ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.