Latest Odisha News

BREAKING NEWS

ଜଳୁଛି ପଶ୍ଚିମ ଓଡ଼ିଶା, ୪୩ ଡିଗ୍ରୀ ଉପରେ ୧୦ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗରମ ସହ ଗୁଳୁଗୁଳି ଲାଗି ରହିଛି । ଆଜି ପଶ୍ଚିମ ଓଡ଼ିଶାର ୪ ସହରରେ ପାରଦ ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୧୦ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଟପିଛି । ବଲାଙ୍ଗିରରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି ।

ବରଗଡ଼ରେ ପାରଦ ୪୪.୫ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୪.୪ ଡିଗ୍ରୀ, ସୋନପୁରରେ ୪୪.୩ ଡିଗ୍ରୀ, ସମ୍ବଲପୁରରେ ୪୩.୬ ଡିଗ୍ରୀ, ବୌଦ୍ଧରେ ୪୩.୫ ଡିଗ୍ରୀ, ହୀରାକୁଦରେ ୪୩.୧ ଡିଗ୍ରୀ, ସୁନ୍ଦରଗଡ଼, ଟିଟିଲାଗଡ଼ ଓ ଭବାନୀପାଟଣାରେ ୪୩ ଡିଗ୍ରୀ ରହିଛି । ଅନୁଗୁଳରେ ତାପମାତ୍ରା ୪୨.୯ ଡିଗ୍ରୀ, ଦେବଗଡ଼ରେ ୪୨.୮ ଡିଗ୍ରୀ ଓ ଭୁବନେଶ୍ୱରରେ ୪୨.୬ ଡିଗ୍ରୀ ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଉ ୩ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ୩ ଦିନ ପରେ ତାପମାତ୍ରା ସାମାନ୍ୟ ଖସିବ । ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ଯାଏ ଅଧିକ ରହିବ ।

ସେହିଭଳି ହିଟୱେଭ୍ ନେଇ ୧୨ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ସୁନ୍ଦରଗଡ଼, କନ୍ଧମାଳ, ନୂଆପଡ଼ା ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

୧୩ ତାରିଖରେ ଅସହ୍ୟ ଗରମ ନେଇ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ବଲାଙ୍ଗିର, କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ପାଣିପାଗ ବିଭାଗ ଜାରି କରିଛି ୟେଲୋ ୱାର୍ଣ୍ଣିଂ ।

Leave A Reply

Your email address will not be published.