Latest Odisha News

BREAKING NEWS

ଶାଢିରେ କ୍ରିତି,ସୋସିଆଲ ମିଡ଼ିଆରେ ସେୟାର କଲେ ଫଟୋ

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ଅଭିନେତ୍ରୀ କ୍ରିତି ସାନନ ଏବେ ଖୁବ୍ ଚର୍ଚ୍ଚାରେ । ଏବେ ସେ ଫିଲ୍ମର ପ୍ରମୋଶନକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ନିକଟରେ ସେ ତାଙ୍କର ଏକ ଲାଟେଷ୍ଟ ଫଟୋ ସୋସିଆଲ ମିଡ଼ିଆରେ ସେଶୟାର କରିଛନ୍ତି, ଯାହାକୁ ତାଙ୍କର ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି । ଏଥିରେ ସେ ଏକ ଚକୋଲେଟ କଲରର ଶାଢ଼ିି ପିନ୍ଧି ବୋଲ୍ଡ ପୋଜ ଦେଉଥିବାର ନଜର ଆସିଛନ୍ତି । ଏହା ବ୍ୟତୀତ ସେ ସୁନ୍ଦର ଜୋତା ମଧ୍ୟ ପିନ୍ଧିଛନ୍ତି । ଏହି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ଏହାଠୁ ସୁନ୍ଦର ଆଉ କିଛି ନାହିଁ…’ । ଏହି ଶାଢ଼ିକୁ ଅର୍ପିତା ମେହେଟ୍ଟା ଡିଜାଇନ କରିଛନ୍ତି । ଏହି ଲୁକ୍‌ରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । କ୍ରିତିଙ୍କ ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫଟୋକୁ ୧୨ ଲକ୍ଷରୁ ଅଧିକ ଲାଇକ କରିଛନ୍ତି ।

ଆସନ୍ତା ୧୬ ତାରିଖରେ ରିଲିଜ୍ ହେବାକୁ କ୍ରିତିଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ । ଫିଲ୍ମଟି ଶ୍ରୀ ରାମାୟଣ ଉପରେ ଆଧାରିତ । ଏଥିରେ କ୍ରିତି ସୀତା ଭୂମିକାରେ ଅଭିନୟ କରିଥିବା ବେଳେ ସାଉଥ୍ ସୁପରଷ୍ଟାର ପ୍ରଭାସ ରାମ ଭୂମିକାରେ ନଜର ଆସୁଛନ୍ତି ।

Leave A Reply

Your email address will not be published.