ନୂଆଦିଲ୍ଲୀ: ପୂର୍ବତନ ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା। ଅଗ୍ନିବୀରଙ୍କୁ ଭେଟି ଦେଲେ କେନ୍ଦ୍ର ସରକାର । BSFରେ ୧୦ ପ୍ରତିଶତ ଚାକିରୀ ସଂରକ୍ଷଣ ନେଇ ଘୋଷଣା କଲେ ସରକାର । ସେତିକି ନୁହେଁ, ବର୍ଡର ସିକ୍ୟୁରିଟି ଫୋର୍ସରେ ସାମିଲ ହେବା ପାଇଁ ଅଗ୍ନିବୀରଙ୍କ କ୍ଷେତ୍ରରେ କୋହଳ କରାଯିବ ବୟସ ସୀମା ।
ପ୍ରଥମ ବ୍ୟାଚର ୨୫ ପ୍ରତିଶତ ଅଗ୍ନିବୀର ଆବେଦନକାରୀଙ୍କୁ ସେନାରେ ସ୍ଥାୟୀ ନିଯୁକ୍ତି ମିଳିବ । ବାକି ୭୫ ପ୍ରତିଶତଙ୍କୁ ସେନାର ଅନ୍ୟାନ୍ୟ ୟୁନିଟରେ ମିଳିବ ନିଯୁକ୍ତି ବୋଲି କହିଛନ୍ତି କେନ୍ଦ୍ର ସରକାର ।ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ।
ବର୍ଡର ସିକ୍ୟୁରିଟି ଫୋର୍ସରେ ଏଥିପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିବାବେଳେ, ବୟସ ସୀମାକୁ ମଧ୍ୟ କୋହଳ କରାଯାଇଛି । ଖାଲି ସେତିକି ନୁହେଁ, କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବା ମୁତାବକ, ବିଏସଏଫରେ ଭର୍ତ୍ତି ହେବା ବେଳେ ଅଗ୍ନିବୀରମାନଙ୍କୁ ଫିଜିକାଲ ଟେଷ୍ଟ ପାଇଁ କୋହଳ ନୀତି ଆପଣାଯିବ ।
Central govt has declared 10% reservation for ex-Agniveers in vacancies within BSF as well as relaxed upper age-limit norms depending on whether they are part of the first batch or subsequent batches. MHA made the announcement through a notification dated 6th March pic.twitter.com/dn100tXQ7j
— ANI (@ANI) March 10, 2023
Comments are closed.