Latest Odisha News

BREAKING NEWS

EDର ଚଢାଉ ନେଇ ମୁହଁ ଖୋଲିଲେ ଲାଲୁ ! କହିଲେ ଆମେ ଆପାତକାଳ ପରିସ୍ଥିତି ମଧ୍ୟ ଦେଖିଛୁ, ଳଢିଛୁ ବି ! ଭାଙ୍ଗିବୁ ନାହଁ

ପାଟନା – ଲ୍ୟାଣ୍ଡ ଫର୍ ଜବ ସ୍କାମ ମାମଲାରେ ଏବେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ, ଯାହାକୁ ଆରଜେଡି ଏବେ ଗୁରତ୍ବର ନେଇ କାଉଁଟର୍ ଅନ୍ଦାଜରେ ଆସିଥିବା ଦେଖିବାକୁ ମିଳିଛି । ଆଉ ତାଙ୍କର ଓ ତାଙ୍କ ପରିବାର ଉପରେ ଏହା ବିପକ୍ଷର ଉଦେଶ୍ୟମୂଳକ ଆକ୍ରମଣ କହି ଆଗକୁ ଆସିଛନ୍ତି ଖୋଦ ଆରଜେଡି ସୁପ୍ରିମା ଲାଲୁ ପ୍ରସାଦ ଯାଦବ । ନିକଟରେ ହୋଇଥିବା ED ଚଢାଉ ପରେ ମୁହଁ ଖୋଲି ଦମ୍ଭ ଦେଖାଇଛନ୍ତି ଲାଲୁ । ଦେଶରେ ଜରୁରିକାଳୀନ ପରିସ୍ଥିତିର ଉଦାହରଣ ଦେଇ ଲାଲୁ ସ୍ପଷ୍ଟ ଭାଗରେ କହିଛନ୍ତି, ଆମେ ସେ ସମୟର ପରିସ୍ଥିତି ମଧ୍ୟ ଦେଖିଛୁ, ଳଢିଛୁ ବି ! ତେଣୁ କୌଣସି ପରିସ୍ଥିତିରେ ଭାଙ୍ଗିବୁ ନାହଁ । EDର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇ ସୋସିଆଲ ମିଡିଆ ଜରିଆରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅମାନବୀୟ ଦିଗକୁ ମଧ୍ୟ ଲୋକଙ୍କ ସାମ୍ନାରେ ଲାଲୁ ରଖିଛନ୍ତି। ତାଙ୍କର ନାବାଳକ ନାତି ଓ ଗର୍ଭବତୀ ବୋହୁଙ୍କୁ କିଭଳି ଉଦେଶ୍ୟମୂଳକ ଭାବରେ EDର ଅଧିକାରୀମାନେ ଘଣ୍ଟାଘଣ୍ଟା ଧରି ବସାଇ ରଖିଥିଲେ ସେନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ନିଜ ପ୍ରତିକ୍ରିୟାରେ ବିଜେପିକୁ ମଧ୍ୟ ଏଥିପାଇଁ ଦାୟୀ କରି କହିଛନ୍ତି ଲାଲୁ , ରାଜନୀତି କରିବାକୁ ଯାଇ ଭାଜପା କଣ ଏତେ ତଳ ସ୍ତରକୁ ବି ଖସିଯାଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି । EDର ଚଢାଉକୁ ସେ ରାଜନୈତିକ ଆକ୍ରୋଶ ବୋଲି ବର୍ଣ୍ଣନା କରିବା ସହ ସେ ବିଜେପି ଓ EDର ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି । ବିଜେପି ଓ ସଂଘ ବିରୋଧରେ ତାଙ୍କର ବିଚରାତ୍ମକ ଲଢେଇ ଜାରି ରହିବ ଓ ସେ କିମ୍ବା ତାଙ୍କ ପରିବାରର କେହିବି ଏମାନଙ୍କ ରାଜନୀତି ଆଗରେ କଦାପି ନତମସ୍ତକ ହେବେ ନାହିଁ ବୋଲି ଲାଲୁ ସଫାସଫା କହିଛନ୍ତି ।

ସୂଚନାଯୋଗ୍ୟ, ୨୦୦୪ରୁ ୨୦୦୯ ଯାଏ ଲାଲୁ ପ୍ରସାଦ ବିହାରର ରେଳମନ୍ତ୍ରୀ ଥିବା ବେଳେ ଲୋକଙ୍କଠାରୁ ଜମି ବଦଳରେ ରେଳ ବିଭାଗରେ ଚାକିରି ଦିଆଯାଇଥିଲା ବୋଲି ସିବିଆଇ ଅଭିଯୋଗ କରିଛି। ଲାଲୁ ଯାଦବ ପରିବାର ଓ ସେମାନଙ୍କ ସହଯୋଗୀଙ୍କ ନାଁରେ ଜମି ପଞ୍ଜିକରଣ କରାଯାଇଥିବା ତଦନ୍ତ ବେଳେ ସିବିଆଇ ଜାଣିବାକୁ ପାଇ ଗତ ଅକ୍ଟୋବରରେ ତଦନ୍ତକାରୀ ସଂସ୍ଥା ଯାଦବ, ତାଙ୍କ ପତ୍ନୀ ରାବଡ଼ି ଦେବୀ, ଝିଅ ମିସା ଭାରତୀ ଏବଂ ଅନ୍ୟ ୧୩ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।

Leave A Reply

Your email address will not be published.