Latest Odisha News

BREAKING NEWS

ଆମେରିକା ଏୟାରବେସରେ ଘନ ଘନ ରକେଟ ମାଡ

କାବୁଲ: ଇରାକର ଏନଅଲ ଅସାଦରେ ଥିବା ଆମେରିକା ଏୟାରବେସ୍ ଉପରେ ଘନ ଘନ ରକେଟ ମାଡ ହୋଇଛି । ଆମେରିକା-ଇରାନ ତିକ୍ତତା ମଧ୍ୟରେ ଏହି ରକେଟ ମାଡ ନେଇ ଇରାନ ଉପରେ ପରୋକ୍ଷରେ ସନ୍ଦେହ କରାଯାଉଛି । ଉପରୋକ୍ତ ବେସରେ ଆମେରିକା ସେନା ଅଧିକାଂଶ ସମୟ ରହିଥାନ୍ତି । ଇରାକ-ଆମେରିକା ମିଳିତ ସେନାର ନେତୃତ୍ୱ ନେଉଥିବା କର୍ଣ୍ଣେଲ ୱାୟେନ ମାରୋଟ୍ଟା ଆକ୍ରମଣ ହୋଇଥିବା କଥା କହିଥିବା ବେଳେ କ୍ଷୟକ୍ଷତି ସମ୍ପର୍କରେ କିଛି ସୂଚନା ଦେଇ ନାହାନ୍ତି ।

ବେସଠାରୁ ୮କିମି ଦୂର ୱେଷ୍ଟର୍ଣ୍ଣ ପ୍ରୋଭେନ୍ସିରୁ ଏହି ରକେଟ ମାଡ ହୋଇଛି । ଦୁଇ ଦିନ ପରେ ପୋପ୍ ଫ୍ରାନ୍ସିସ ୫ରୁ ୮ ତାରିଖ ପର୍ଯ୍ୟନ୍ତ ଇରାକ ଆସିବା କାର୍ଯ୍ୟକ୍ରମ ରହିଛି । ଫେବୃୟାରୀ ୨୫ରେ ଆମେରିକା ସେନା ସିରିୟାରେ ଏୟାର ଷ୍ଟ୍ରାଇକ କରିଥିଲା । ଏହାର ପ୍ରତିଶୋଧ ପାଇଁ ଇରାନ ଏହି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି ।

Comments are closed.