Latest Odisha News

BREAKING NEWS

ଟିଆଇ ପରେଡରେ ବିବନ ବିଶ୍ବାଳକୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ବର : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଝାରପଡ଼ା ଜେଲ ପରିସରରେ ଶେଷ ହୋଇଛି ଟିଆଇ ପରେଡ୍‌ । ଟିଆଇ ପରେଡ୍‌ରେ ଅଭିଯୁକ୍ତ ବିବନକୁ ଚିହ୍ନଟ କରିଛନ୍ତି ପୀଡ଼ିତା ଅଞ୍ଜନା । ସେହିପରି ଘଟଣା ଦିନ ଗାଡ଼ି ଚଳାଇଥିବା ଡ୍ରାଇଭରକୁ ମଧ୍ୟ ଚିହ୍ନିଛନ୍ତି ଅଞ୍ଜନା । ମାଜିଷ୍ଟ୍ରେଟଙ୍କ ଆଗରେ ଅଭିଯୁକ୍ତ ବିବନକୁ ଅଞ୍ଜନା ଚିହ୍ନଟ କରିଛନ୍ତି । ତେବେ ଟିଆଇ ପରେଡ୍‌ରେ ୧୨ ଜଣ ଛିଡ଼ା ହୋଇଥିଲେ ବୋଲି କହିଛନ୍ତି ଅଞ୍ଜନା ।

BjdElectrycity

ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଝାରପଡ଼ା ଜେଲରେ ଟିଆଇ ପରେଡ ହୋଇଥିଲା । ପ୍ରାୟ ୧୦ ମିନିଟ୍‌ ଧରି ଜେଲ ଭିତରେ ଚାଲିଥିଲା ଟିଆଇ ପରେହ୍ । ଟିଆ ପରେଡ୍ ସରବା ପରେ ଝାରପଡ଼ା ଜେଲରୁ ବାହାରିଥିଲେ ଅଞ୍ଜନା । ଏବଂ ଗଣମାଧ୍ୟମର ପ୍ରଶ୍ନରେ ସେ ଅଭିଯୁକ୍ତ ବିବନକୁ ଚିହ୍ନଟ କରିଥିବା କହିଥିଲେ ଅଞ୍ଜନା ।

ଆସନ୍ତାକାଲି ଓ ୫ ତାରିଖ ଦିନ ରିମାଣ୍ଡରେ ଯିବ ବିବନ । ସିବିଆଇ ବିବନକୁ ନେଇ ପଚରାଉଚରା କରିବ । ଦୀର୍ଘ ୨୨ ବର୍ଷ ପରେ ଷଡ଼ଯନ୍ତ୍ରର ତନାଘନା କରିବ ସିବିଆଇ । ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ କଟକ-ବାରଙ୍ଗ ଥାନା ଅଞ୍ଚଳର ଘଟିଥିଲା ଏହି ଜଘନ୍ୟକାଣ୍ଡ । ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଶିକାର ହୋଥିବା ବେଳେ ଏଥିରେ ସଂପୃକ୍ତ ଥିଲେ ତିନି ଅଭିଯୁକ୍ତ । ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି । ଘଟଣାର ୧୭ ଦିନ ପରେ ଗିରଫ ହୋଇଥିଲେ ପ୍ରଦୀପ ଓ ଧିରେନ୍ଦ୍ର । ହେଲେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ହୋଇଯାଇଥିଲା । ଶେଷରେ ୨୨ ବର୍ଷ ପରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ।

Leave A Reply

Your email address will not be published.