ଇସ୍ଲାମାବାଦ: ବାଲୁଚିସ୍ତାନ ଚେକ୍ ପୋଷ୍ଟ ନିକଟରେ ଆତଙ୍କୀ ହମଲା । ବାଲୁଚିସ୍ତାନ କେଚ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହେବା ଫଳରେ ଏକାଥରକେ ୧୦ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଯାଇଛି । କେଚ୍ ଜିଲ୍ଲାରେ ଥିବା ଚେକ୍ ପୋଷ୍ଟକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ସେନାର ମିଡିଆ ୱିଙ୍ଗ କହିଛନ୍ତି ସେନାର ପଟୁ ଅତର୍କିତ ଗୁଳିମାଡ ଫଳରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଛି ।
ଆଇଏସପିଆର କହିଛି ଯେ , ଏହି ଘଟଣାରେ ତିନି ଜଣ ଆତଙ୍କବାଦୀଙ୍କୁ ଘଟଣା ସ୍ଥଳରୁ ଗିରଫ କରାଯାଇଛି । ପାକିସ୍ତାକ କିଛି ଦିନ ହେବ ସରକାରଙ୍କ ନୀତି ପରିବର୍ତ୍ତନରେ ଅତିଷ୍ଟ ହୋଇପଡିଲାଣି । ବାଲୁଚିସ୍ତାନର ଅନେକ ଗୋଷ୍ଠୀ ସେମାନଙ୍କ ସ୍ୱାଧିନତା ପାଇଁ ଲଢୁଛନ୍ତି ।
ସୂଚନା ଅନୁସାରେ ଏହି ଆତଙ୍କୀହମଲା ଗତ ମଙ୍ଗଳବାର ଠାରୁ ଜାରି ରହିଥିଲା । ବୁଧବାର ଆତଙ୍କବାଦୀମାନେ ଚେକ୍ ପୋଷ୍ଟ ନିକଟରେ ଅତର୍କିତ ଗୁଳିମାଡ କରିଥିଲେ ।
Comments are closed.